(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଗୃହରେ ଆଗତ ହେଲା ଅତିରିକ୍ତ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିଥିବା ବେଳେ ଅତିରିକ୍ତ ବଜେଟର ପରିମାଣ ମୋଟ ୮୧୨୬.୩୨ କୋଟି ଟଙ୍କା ରହିଛି ।
ତେବେ ଗୃହରେ ବିରୋଧୀଙ୍କ ପ୍ରବଳ ହୋହଲ୍ଲା, ହଟ୍ଟଗୋଳ ସତ୍ତେ୍ୱ ଆଗତ ହୋଇଛି ଅତିରିକ୍ତ ବଜେଟ । ପୂର୍ବରୁ ବିଭିନ୍ନ ବିଭାଗ ପାଇଁ ମୋଟ ୧, ୩୯,୦୦୦,୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ଏବେ ଆଉ ୮୧୨୬.୩୨ କୋଟି ଟଙ୍କାର ଅତିରିକ୍ତ ବଜେଟ ଅଟକଳ କରାଯାଇଛି ।
ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନରୁ ହିଁ ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ବାରମ୍ବାର ମୁଲତବୀ ହେଉଥିଲା । ତେବେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରୁଥିବାରୁ ବାଚସ୍ପତି ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ।