ନୂଆଦିଲ୍ଲୀ: ୨୦୨୩-୨୪ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | ମଧ୍ୟବିତ୍ତ ଶ୍ରେଣୀକୁ ସୁହାଇବା ଭଳି ବିଭିନ୍ନ ଭିତ୍ତିଭୂମି, କୃଷି ଓ ଆୟକର ଆଦି ଉପରେ ବିଶେଷ ଧ୍ୟାନ ଦେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପନାରେ ସାମିଲ ହୋଇଛି 38 ହଜାରରୁ ଅଧିକ ଶିକ୍ଷକଙ୍କ ନିଯୁକ୍ତି |
ଏକଲବ୍ୟ ମଡେଲ୍ ସ୍କୁଲ୍ରେ ନିଯୁକ୍ତି ପାଇବେ ୩୮,୮୦୦ ଶିକ୍ଷକ ଓ ସହାୟକ କର୍ମଚାରୀ: ଜନଜାତି ଶିକ୍ଷାର୍ଥୀଙ୍କ ନିମନ୍ତେ ଦେଶରେ ଥିବା ୭୪୦ଟି ଏକଲବ୍ୟ ମଡେଲ୍ ସ୍କୁଲ୍ରେ ଆଗାମୀ ୩ ବର୍ଷ ମଧ୍ୟରେ ସରକାର ୩୮,୮୦୦ ଶିକ୍ଷକ ଓ ସହାୟକ କର୍ମଚାରୀ ନିଯୁକ୍ତ କରାଯିବ।