ନୂଆଦିଲ୍ଲୀ: ଦିଲ୍ଲୀର ସୀମାରେ ଜାରିଥିବା କୃଷକ ଆନ୍ଦୋଳନ ୩୯ ଦିନରେ ସୋମବାର ପହଞ୍ଚିଛି । ଆଜି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ବୁଦ୍ଧ ଧର୍ମାବଲମ୍ବି ସାଧୁସନ୍ଥ । ଗାଜିପୁରରେ ଏହି ସାଧୁମାନେ ଏକ କ୍ୟାମ୍ପ କରି ଆନ୍ଦୋଳନକାରୀ କୃଷକଙ୍କୁ ସେମାନଙ୍କ ସମର୍ଥନ ଦେବା ସହ ଏହି ଆଇନ ପ୍ରତ୍ୟାହର କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଶପଥ ନେଇଛନ୍ତି । ଏହି ସାଧୁମାନେ କହିଛନ୍ତି, ଆମେ ଅ।।ମ ମନ୍ଦିର ଛାଡି କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇଛୁ, ଯେଉଁଥିରେ ସଂଶୋଧିତ କୃଷକ ଆଇନର ୩ଟି ଆଇନକୁ ବିରୋଧ କରାଯାଇଛି । ଏହି ଆଇନକୁ ସରକାର ପ୍ରତ୍ୟାହାର ନ କରିବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସାଧୁମାନେ ଶପଥ ନେଇଥିବା ଏଏନଆଇକୁ ସୂଚନା ଦେଇଛନ୍ତି ।
ଏହି ଆନ୍ଦୋଳନ ଆଜି ୩୯ ଦିନରେ ପହଞ୍ଚିଥିବା ବେଳେ ଏକାଧିକ ବାର କୃଷକ ଓ କେନ୍ଦ୍ର ମଧ୍ୟରେ ଆଲୋଚନା ହୋଇ ସାରିଛି, କିନ୍ତୁ ପ୍ରତ୍ୟେକ ଥର ଆଲୋଚନା ବିଫଳ ହୋଇଛି । ଆଜି ଏକ ଆଲୋଚନା ହେବାକୁ ଯାଉଛି । ଦିଲ୍ଲୀରେ ବର୍ଷା ଯୋଗୁ ପ୍ରବଳ ପାଣି ଓ ଥଣ୍ଡା ମଧ୍ୟରେ କୃଷକମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି ।