“ବୁଗିନ ହୋ” ଶିକ୍ଷା କେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ

0

ଭୁବନେଶ୍ୱର: ବୁଗିନ ହୋ ଶିକ୍ଷାକେନ୍ଦ୍ରରେ ପାଳିତ ହୋଇଯାଇଛି ବନ ମହୋତ୍ସବ ସପ୍ତାହ । ଏହି ଅବସରରେ ଗୋଡିବାରି ଗ୍ରାମରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଛି । ଏହି କାର୍ୟ୍ୟକ୍ରମରେ “ଜୟ ଓଡ଼ିଶା” ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ସାମନ୍ତରାୟ ଯୋଗ ଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।ତାଙ୍କ ସହିତ ଶ୍ରୀ ଅମୀୟ ପଟ୍ଟନାୟକ, ଶ୍ରୀ ପ୍ରସନ୍ନ ପଣ୍ଡା, ଶ୍ରୀ ଜୟକୃଷ୍ଣ ମହାନ୍ତି, ଏବଂ ଶ୍ରୀମତୀ ସ୍ୱାତି ମହାନ୍ତି ଏହି କାର୍ୟ୍ୟକ୍ରମ ରେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି ।


ଛାତ୍ରଛାତ୍ରୀ ମାନଙ୍କୁ ଗପ, ଗୀତ, ନୃତ୍ୟ ଓ ଖେଳ ମାଧ୍ୟମରେ ଗଛ ଲଗେଇବା ଏବଂ ତାହାକୁ ଯତ୍ନର ସହ କିପରି ବଞ୍ଚାଇରଖିବା ସେହି ବିଷୟ ରେ “ବୁଗିନ ହୋ” ଶିକ୍ଷା କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ସବିତା ପଟ୍ଟନାୟକ ପିଲାମାନଙ୍କୁ ବୁଝାଇଛନ୍ତି। କାର୍ୟ୍ୟକ୍ରମରେ ଜୟ ଓଡ଼ିଶାର ସଦସ୍ୟ ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।