ଭୁଶୁଡି ପଡିଲା ଦୁଇ ମହଲା କୋଠା, ଉଦ୍ଧାର କାର୍ଯ୍ୟ ଜାରି

0

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦେୱାସର ଲାଲ ଗେଟ୍ ଅଞ୍ଚଳ ନିକଟରେ ଏକ କୋଠା ଭୁଶୁଡି ପଡିଛି । ଦେୱାସର କୋଟୱାଲି ଷ୍ଟେସନ ରୋଡରେ ଏକ ଦୁଇ ମହଲା ବିଶିଷ୍ଟ ଏହି କୋଠା ଆଜି ଅପରାହ୍ନରେ ଭୁଶୁଡି ପଡିଛି । ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ଭଙ୍ଗା କୋଠା ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ୟ୍ୟରେ ଜେସିବି ନିୟୋଜିତ କରାଯାଇଛି । ଏହି କୋଠାରେ ଗୋଟିଏ ପରିବାରର ଚାରି ଭାଇ ସେମାନଙ୍କ ପରିବାର ସହ ରହୁଥିଲେ ।