(ହରପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ): ବାତ୍ୟା ବୁଲବୁଲ ପ୍ରଭାବିତ ଅଂଚଳକୁଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିଦର୍ଶନରୁ ଫେରି ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ୟ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଭାବିତ ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବୁଲବୁଲ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି । ୧୮ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ସୁଦ୍ଧା କ୍ଷୟକ୍ଷତି ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କାର ସହାୟତା ଦିଆଯିବ । ୩୩%ରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ । ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କାର ସହାୟତା ମିଳିବ । ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା, ୨୦୧୯-୨୦ ରବି ଫସଲ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ, ଡାଲି ଓ ତୈଳଜାତୀୟ ଫସଳ ପାଇଁ ୫୦ହଜାର ବିହନ ମିନି କିଟ୍, କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦% ରିହାତିରେ ୩୦୦୦ ସ୍ରେୟର ଦିଆଯିବ । ୨୦୧୯-୨୦ ରବି ଫସଲ ପାଇଁ ୧୦ହଜାର ପରିବା ମିନି କିଟ୍ ମିଳିବ । ପାନବରଜ ପୁନଃରୁଦ୍ଧାର ପାଇଁ ୧୫ହଜାର ଟଙ୍କା ମିଳିବ । କ୍ଷତିଗ୍ରସ୍ତ ଛତୁ ଚାଷୀଙ୍କୁ ୪୦ହଜାର ଟଙ୍କା ଯାଏ ସହାୟତା ଦିଆଯିବ । ରବି ପାଇଁ ଦେଇଥିବା ସ୍ୱଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦିରେ ପରିଣତ ହେବ ।