ଆସନ୍ତା କାଲି ନନ୍ଦନକାନନରେ ଗଡିବ ଟଏ ଟ୍ରେନ

ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ୮ ତାରିଖରେ ନନ୍ଦନକାନନରେ ଟଏ ଟ୍ରେନ ପୁଣି ଥରେ ଗଡିବ ।

0

(ଭୁବନେଶ୍ୱର) : ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ୮ ତାରିଖରେ ନନ୍ଦନକାନନରେ ଟଏ ଟ୍ରେନ ପୁଣି ଥରେ ଗଡିବ ।

ଅତ୍ୟାଧୁନିକ ଟଏ ଟ୍ରେନ ପ୍ରଚଳନ ପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇ ଥିବା ବେଳେ ,ରୋପ ଓ୍ବେ କାର୍ଯ୍ୟ ପାଇଁ ସ୍ଥାନ ନିରୁପଣ ସହିତ  ପରିବେଶ ମଞ୍ଜୁରୀ କାର୍ଯ୍ୟ ସମାପ୍ତ ହୋଇଛି ।

 

ସୂଚନାନୁଯାୟୀ ,ନନ୍ଦନକାନନ ରେ ପୁଣି ଗଡିବ ୪ ଟିକିଆ ବଗି ବିଶିଷ୍ଟ ଅତ୍ୟାଧୁନୀକ ଟଏ ଟ୍ରେନ।  ୪୦ ମିନିଟ ରେ  ପ୍ରାୟ ୨.୮୦୦ କିଲୋ ମିଟର ଜଙ୍ଗଲ ରାସ୍ତାରେ ଏହି ଅତ୍ୟାଧୁନିକ  ବୁଲେଟ ଟ୍ରେନ ଚଳାଚଳ କରିବ । ଏଥିରେ ଏକା ଥରକେ  ୭୨ ଜଣ ପର୍ଯ୍ୟଟକ ବସି  ଜଙ୍ଗଲ ର ପ୍ରାକୃତିକ ଦୃଶ୍ୟ ଦେଖିବା ସହିତ ଜଙ୍ଗଲୀ ଜନ୍ତୁ ଖୋଲାଖୋଲି ବିଚରଣ କରୁଥିବାର  ଦେଖି ପାରିବେ । ଏହା ସହିତ ସରୀସୃପ ପାର୍କ , ଜଳ ହସ୍ତୀ ଖୁଆଡ , କାଞ୍ଜିଆ ହ୍ରଦର ପ୍ରାକୃତିକ ଦୃଶ୍ୟ ଦେଖି ପର୍ଯ୍ୟଟକ ମଜା ଉଠାଇ ପାରିବେ ।  ୩କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ରେଳ ବିଭାଗର ରାଇଟସ୍ ନାମକ  ସଂସ୍ଥା, ଏଠାରେ ଥିବା ପୁରୁଣା ଟ୍ରାକଲାଇନ ଗୁଡିକ ବଦଳାଇବା  ସହିତ ଏହାକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରିଛି ।