(ଦୀପକ ମିଶ୍ର)ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଥଳସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ଗୋଟି ପରିବାରର ୫ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଘରେ କେହି ନଥିବା ସମୟରେ ହଠାତ ଥଳସାହି ଗ୍ରାମର ଦୁଲାରାମ କାରଜିଙ୍କ ଘର ଚାଳରେ ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଆଖି ପିଛୁଳାକେ ତାହା ନିକଟରେ ଥିବା ଅଭିରାମ ହେମ୍ବ୍ରମଙ୍କ ଘରକୁ ମଧ୍ୟ ବ୍ୟାପିଯାଇଥିଲା । ଯାହା ଫଳରେ ଦୁଇ ଗୋଟି ପରିବାରର ୫ବଖରା ଘର ଏହି ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଯାଇଛି ।ଏହା ସହିତ ଘରେ ଥିବା ୪୦ କୁଇଣ୍ଟାଲ ଧାନ,୪ କୁଇଣ୍ଟାଲ ଚାଉଳ ସହିତ ୧୦ହଜାର ଟଙ୍କା ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ଜଳି ଛାରଖାର ହୋଇଯାଇଛି । ଖବର ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।