ଅନୁଗୋଳ / ସୁଧାକର ସାହୁ: ଓଭର୍ ଲୋଡ଼ ପାଇଁ ଜଳି ଗଲା ଟ୍ରାନ୍ସଫର୍ମର । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଥିବା ଦୁଇଟି ଟ୍ରାନ୍ସଫର୍ମର ଓଭର୍ ଲୋଡ ପାଇଁ ଜଳି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଯେ ଆଜି ଦିନ ପ୍ରାୟ ଦୁଇ ଘଟିକା ସମୟରେ ହଠାତ୍ ହୁ ହୁ ହୋଇ ଟ୍ରାନ୍ସଫର୍ମର ୨ଟି ଜଳି ଯାଉଥିବା ଦେଖି ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗ ଓ ଅଗ୍ନିଶମ ବିଭାଗକୁ ଯୋଗା ଯୋଗ କରିଥିଲେ । ଖବର ପାଇ ବିଦ୍ୟୁତ୍ ବିଭାଗ ଓ ଅଗ୍ନିଶମ ବିଭାଗ ପହଞ୍ଚି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ସହ ଅଗ୍ନିଶମ ବିଭାଗ ନିଆଁ କୁ ଆୟତ କରିଥିଲେ । ତେବେ ଏହା ଓଭୋର୍ ଲୋଡ ପାଇଁ ଜଳିଯାଇଥିବା କୁହାଯାଉଥିବା ବେଳେ , ଏ ନେଇ ବିଦ୍ୟୁତ୍ ବିଭାଗ ଜେଇ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍ ଉଠାଇନଥିଲେ ।