୬୫ ଫୁଟ ତଳକୁ ଖସିଲା ଗାଡି,ଜଣେ ମୃତ୍ୟୁ

0

(ରିପୋର୍ଟସ ଟୁଡେ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପଟ୍ଟାମାଳିଗୁଡା-ମଶାଣୀପଦା ମଧ୍ୟରେ ଥିବା ଏକ ପୋଲ ଉପରୁ ଗୋଟିଏ ଗାଡ଼ି ଖାଇକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜୟପୁର ପୋଷ୍ଟ ଅଫିସ କଲୋନୀର ଏମ୍‌. ଶ୍ରୀନିବାସ ରାଓଙ୍କ ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ଏମ୍‌. ଶ୍ରୀନିବାସ ନିଜ ଅମିନୀ ଇକୋ ଗାଡି (ଓଡି-୧୦ଏଚ୍‌-୭୫୮୭) ଯୋଗେ ମଙ୍ଗଳବାର ସକାଳୁ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ପଟ୍ଟାମଳିଗୁଡା-ମଶାଣୀପଦା ମଧ୍ୟରେ ଥିବା ଏକ ପୋଲରେ ଭାରସମ୍ୟ ହରାଇ ଗାଡିଟି ପ୍ରାୟ ୬୫ ଫୁଟ ତଳକୁ ଖସି ପଡିଥିଲା। ଘଟଣାସ୍ଥଳରେ ହିଁ ଏମ୍‌. ଶ୍ରୀନିବାସଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସଦର ଥାନା ପୋଲିସ ଏବଂ କୋରାପୁଟ ଅଗ୍ନିଶମ ବିଭାଗ ଗାଡିକୁ କାଟି ମୃତଦେହ ଉଦ୍ଧାର କରିଛନ୍ତି।