( ମନିଲ କୁମାର ମହାରଣା): ମହାନଦୀରେ ଅଭାବନୀୟ ଘଟଣା । ବ୍ରିଜ୍ ଉପରୁ ପାଣି ଭିତରକୁ ଖସିପଡିଲା ଯାତ୍ରୀବାହୀ ବସ । ଆଜି ସନ୍ଧ୍ୟାରେ କଟକ ମହାନଦୀ ପୋଲ ଉପରୁ ଏକ ଯାତ୍ରାବାହୀ ବସ ପାଣି ଭିତରକୁ ଖସିପଡିଛି । ବସଟି ଚଣ୍ଡିଖୋଲରୁ କଟକ ଆସୁଥିଲା ବୋଲି ଜଣାପଡିଛି । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଞ୍ଚିଛି । ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାରକାର୍ୟ୍ୟ ଚଳାଇଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି । ବସଟିର ନାଁ ଜଗନ୍ନାଥ ବୋଲି ଜଣାପଡିଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ପହଞ୍ଚିଥିବା ବେଳେ ଉଦ୍ଧାରକାର୍ୟ୍ୟ ଜାରି ରହିଛି ।