ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍

0

(ମମତା ସାମଲ): ଆଜି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଏକ ବସ ରାସ୍ତା ତଳକୁ ଓଲଟି ପଡିଛି । ଦୁର୍ଘଟଣା ୭ ଜଣ ଯାତ୍ରୀ ଗୁରୁତର ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଜଣ ଯାତ୍ରୀଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି। ବସ୍ ନବରଙ୍ଗପୁରରୁ ଜୟପୁର ଅଭିମୁଖେ ଯାଉଥିବାବେଳେ ବସ୍ରେ ୪୫ରୁ ଅଧିକ ଯାତ୍ରୀ ଥିଲେ।