ବସ ଓଲଟି ୧୬ ଯାତ୍ରୀ ଆହତ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଆଜି ଅପରାହ୍ନରେ ସୁନ୍ଦରଗଡ ଜିଲ୍ଲା ବଡଗା ଥାନା ଅନ୍ତର୍ଗତ ଗଣ୍ଡରୁଟଲି ଘାଟୀରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଥିବା ଜଣାପଡିଛି । ଖବର ଅନୁଯାୟୀ ଘରୋଇ ବସ ’ ରାଜା ଡାଇମଣ୍ଡ ‘ ସବଡେଗାରୁ ରାଜଗାଙ୍ଗପୁର ଯାଉଥିଲା । ଟାଙ୍ଗର ଗାଁ ଓ ଏକମା ମଝିରେ ଥିବା ଗଣ୍ଡରୁଟଲି ଘାଟିରେ ବସ ଚାଳକର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।