ବସ ଓଲଟି ଦୁଇ ଜଣଙ୍କ ମୃତ୍ୟୁ

0

ଋିପୋର୍ଟରସ ଟୁଡେ(ସୋମାଶ୍ରୀ ମହାନ୍ତି): ଉତ୍ତର ପ୍ରଦେଶରେ ବସ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବାରବାଙ୍କି ଜିଲ୍ଲାର ରାମସନେହି ଥାନା ପାଖ ବେସନପୁରବା ନିକଟରେ ବିହାରରୁ ଦିଲ୍ଲୀ ଯାଉଥିବା ବସ ଓଟି ପଡିଥିଲା । ଆଜି ଭୋର ପ୍ରାୟ ୩ଟା ବେଳେ ବସଟି ଓଲଟି ପଡିଥିଲା । ଗାଡିରେ ଥିବା ସମସ୍ତ ଯାତ୍ରୀ ଶୋଇ ପଡିଥିଲେ । ଫଳରେ ଗାଡି ଦୁର୍ଘଟଣାଗସ୍ତ ହେବାର କେହି ସୂଚନା ପାଇ ନଥିଲେ । ଆହତ ଲୋକଙ୍କ ଚିତ୍କାର ଶୁଣିକି ସ୍ଥାନୀୟ ଲୋକ ଓ ପୋଲିସ ସହିତ ଆସି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଡ୍ରାଇଭର ଶୋଇ ପଡି ଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଷ୍ଟେରିଙ୍ଗ କଟି ଯିବାରୁ ବସ ଡି ଭାଇଡର ଉପରେ ଚଢି ଓଲଟି ପଡିଥିବା ମଧ୍ୟ ସନ୍ଦେହ କରାଯାଉଛି । ଏନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରୁଛି ।