ଅସ୍ଥି ବସର୍ଜନ ପାଇଁ ଯାଉଥିବା ବେଳେ ବସ ଦୁର୍ଘଟଣା; ୨୩ରୁ ଉର୍ଦ୍ଧ ଯାତ୍ରୀ ଆହତ

0

ପୁରୀ/ ସଞ୍ଜୟ ମହାପାତ୍ର: ପୁରୀ ନିରାକାରପୁର ଜଗନ୍ନାଥ ସଡ଼କ ରୁଆ ଛକରେ ବସ୍‌ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ୨୩ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି। ଆଜି ସକାଳୁ ନୟାଗଡ଼ ଜିଲ୍ଲା ଆମ୍ବେରାପୁରରୁ ୪୦ ଜଣ ଯାତ୍ରୀ ଅସ୍ଥି ବିସର୍ଜନ ପାଇଁ ଏକ ବସ୍ ଭଡ଼ା କରି ପୁରୀ ଆସୁଥିଲେ। ତେବେ ବସ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ଦେଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ତେବେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ତଦନ୍ତ ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।