ମହକୁମ୍ଭ ମେଳାରେ ବୁଡ଼ ପକାଇ ବାକୁ ଯାଉଥିବା ବେଳେ ଓଲଟିଲା ବସ

0

ଜଳେଶ୍ଵର/ଅଜିତ ସାହୁ : ବୁଡ ପକାଇବାକୁ ଗଲା ବେଳେ ଘଟଲା ଦୁର୍ଘଟଣା ।   ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ମେଳାରେ ବୁଡ଼ ପକାଇବାକୁ ଯାଉଥିବା ବେଳେ ଦୁର୍ଘଟଣାର ସ୍ବୀକାର ହେଲେ ଓଡ଼ିଶାର ତୀର୍ଥ ଯାତ୍ରୀ। ସୂଚନା ଅନୁଯାୟୀ  ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରୁ ପ୍ରାୟ ୭୦ ତୀର୍ଥ ଯାତ୍ରୀ ଏକ ଘରୋଇ ବସ ଯୋଗେ ପ୍ରୟାଗରାଜ୍ ଯାଉଥିବା ବେଳେ ବିହାର ମୂହାନିଆ ଠାରେ ଭାରସାମ୍ୟ  ହରାଇ ଓଲଟି ପଡିଥିଲା।

ଦୁର୍ଘଟଣାରେ  ୩ ଜଣ ଗଭୀର ଗୁରୁତର ହୋଇଥିବା ବେଳେ  ଏବଂ ୩୫ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସ ପ୍ରଶାସନ ଓ ସ୍ଥାନୀୟ ଲୋକେ  ଆହତ ଓ ଗୁରୁତର ମାନଙ୍କୁ  ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ  ସ୍ବାସ୍ଥ୍ୟ ସେବା  ଯୋଗାଇ ଦେଇଥିବା ସୁଚନା ହସ୍ତ ଗତ  ହୋଇଛି।