କାଲିଠୁ ଗଡିବ କଟକ-ଭୁବନେଶ୍ୱର ବସ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତାକାଲିଠୁ ଗଡିବ କଟକ-ଭୁବନେଶ୍ୱର ବସ । ଏ ନେଇ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବିଶେଷ କରି ସରକାରୀ ଚାକିରୀଆଙ୍କ ସୁବିଧା ପାଇଁ କାଲିଠୁ କଟକ-ଭୁବନେଶ୍ୱର ବସ ଚଳାଚଳ କରିବା ପାଇଁ ବ୍ୟବସ୍ଥା ହୋଇଛି । ତେବେ ରାଜ୍ୟ ସଡକ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗୋଟିଏ ବସ ଚାଲିବା ନେଇ ସ୍ପଷ୍ଟ ହୋଇଛି । ଲୋକମାନେ ଅଫିସ ଯିବା ଆସିବା କରିପାରିବେ । କଟକ-ଭୁବନେଶ୍ୱର ପାଇଁ ବସ ଭଡା ୩୦ଟଙ୍କା ବୋଲି ଧାର୍ଯ୍ୟ ହୋଇଛି ।