ପାରାଦୀପ ଵନ୍ଦର ପକ୍ଷରୁ ଆରମ୍ଭ ହେଲା ବସ୍ ସେବା

0

(ପ୍ରଶାନ୍ତ କୁମାର ସ୍ୱାଇଁ)ପାରାଦୀପ: ଦୁର୍ଘଟଣା ରୋକିବା ନେଇ ପାରାଦୀପ ଵନ୍ଦର ପକ୍ଷରୁ ଆରମ୍ଭ ହେଲା ବସ୍ ସେବା। ଆଜି ୪ନଂ ବନ୍ଦର ଗେଟ୍ ଠାରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟଙ୍କ ଉପସ୍ଥିତିରେ ଏହି ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ବନ୍ଦର ସି.ଇ ଆଣ୍ଡ.ଏମ୍. ଇ- ସରୋଜ କୁମାର ଦାସ । ପାରାଦୀପ ନିଷିଦ୍ଧାଞ୍ଚଳରେ ଭାରୀଯାନ ଚଳାଚଳ କରୁଥିବାରୁ ସାଇକେଲ କିମ୍ୱା ଦୁଇଚକିଆ ଯାନରେ ଯାଉଥିବା ଶ୍ରମିକ ଅନେକ ସମୟରେ ଦୁର୍ଘଟଣା ରେ ଶିକାର ହୋଇଥାନ୍ତି। ତେଣୁ ଏହି ଦୁର୍ଘଟଣାରୁ ରୋକିବା ପାଇଁ ପାରାଦୀପ ବନ୍ଦର ଓ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ସହଯୋଗରେ ପ୍ରଥମ ପର୍ୟ୍ୟାୟରେ ଚାରିଗୋଟି ବସ୍ ସେବା ଯୋଗାଇ ଦିଆଯାଇଛି। ପ୍ରଥମ ୧୫ଦିନ ଶ୍ରମିକ ମାନଙ୍କୁ ଏହି ବସ ସେବାର ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଯିବା ସହିତ ଅକ୍ଟୋବର ୧ତାରିଖ ଠାରୁ ଏହାକୁ କଡାକଡି କରିବା ସହିତ ବନ୍ଦର ଭିତରକୁ ସମ୍ପୂର୍ଣ୍ଣ ଭାବେ ଦୁଇଚକିଆ ଯାନ ଓ ସାଇକେଲକୁ ପ୍ରବେଶ ନିଷେଧ କରାଯିବ ବୋଲି ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।