ବଲାଙ୍ଗୀର : ଆଜି ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ବସ ଟର୍ମୀନାଲରେ ୨୮ ଜଣ ସଫେଇ କର୍ମଚାରୀ ଦୀର୍ଘ ୩ ବର୍ଷ ହେଲା ଅନବରତ ଭାବରେ କାମ କରିଆସୁଛନ୍ତି । ହେଲେ ଆଜିକୁ ୭୫ ଦିନ ହେଲା ଦରମା ମିଳୁନଥିବାରୁ କାମ ବନ୍ଦ ଡାକରା ଦେଇଛନ୍ତି । ଏହି ଗରିବ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକ ଅଳ୍ପ ଦରମାରେ ମାସେ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି । ହେଲେ ଜିଲ୍ଳା ପ୍ରଶାସନ ଓ ସଫେଇ କର୍ମଚାରୀଙ୍କ ଏଜେନସି ମୁଖ୍ୟ ମାନଙ୍କ ମନମୁଖୀ କାର୍ୟ୍ୟକଳାପ ଯୋଗୁଁ ଏମାନଙ୍କୁ ସଠିକ ସମୟରେ ଦରମା ପାଉନାହାନ୍ତି । ସ୍ଥାନୀୟ ଅଧିକାରୀଙ୍କୁ ଯେତିକି ଅଭିଯୋଗ କଲେ ମଧ୍ୟ ତାରିଖ ଉପରେ ତାରିଖ ଦେଉଛନ୍ତି । ତେଣୁ ଆଜି ସମସ୍ତ ସଫେଇ କର୍ମଚାରୀ କାର୍ୟ୍ୟ ବନ୍ଦ ଡାକରା ଦେଇ ଧାରଣାରେ ବସିଥିଲେ । ଉକ୍ତ ସ୍ଥାନରେ ଭାରତୀୟ ମଜଦୁର ସଂଘର ସମ୍ପାଦକ ଫିରୋଜ କୁମାର ସାହୁ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ । ତାଙ୍କ ଅଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରି ଜୁନ ମାସର ଦରମା ଆଜି ସନ୍ଧ୍ୟା ସହିତ ଦେବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରତିଶ୍ରୁତି ପାଇବା ପରେ ଧାରଣା ଉଛେଦ କରାଯାଇଛି । ଯଦି ଦେଇଥିବା ପ୍ରତିଶୃତି ତୁରନ୍ତ ପୁରଣ ନହେଲା ଆଗାମୀ ଦିନରେ ରାଜରାସ୍ତାରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି ଜିଲ୍ଳା ସମ୍ପାଦକ ଫିରୋଜ ସାହୁ ।