ଭୁବନେଶ୍ୱର: ଶେଷ ହେଇପାରୁ ନାହି ସ୍ଥାଇ ଓ ଉଠା ଦୋକାନିଙ୍କ ବିବାଦ । ନଅ ଦିନ ହେଲା ବନ୍ଦ ପଡିଛି ସ୍ମାଟସିଟିର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି କୁହାଯାଉଥିବା ମାର୍କେଟ ବିଲ୍ଡିଂ । ଠପ ହୋଇ ଯାଇଛି ବ୍ୟବସାୟ । ସପ୍ତାହ ମଧ୍ୟରେ ପ୍ରୟ ୧୫ କୋଟିରୁ ଛଦ୍ଧ୍ୱର୍ ଟଙ୍କର ବ୍ୟବସାୟ ବେଶ ପ୍ରଭାବିତ ହୋଇଥିବା ବେଳେ ଗ୍ରାହକ ମାନେ ବି ନିରାସ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଦୁଇ ଗୋଷ୍ଠୀର ବିବାଦ ମଧ୍ୟରେ ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଉଠାଦୋକାନୀ ଆଳରେ ବାଲାଂଦେଶୀ, ମିଆଁମାର ଅନୁପ୍ରବେଶକାରୀମାନେ ଏଠାରେ କାୟା ବିସ୍ତାର କରୁଥିବା ଅଭିଯୋଗ ହୋଇଛି। ବାଂଲାଦେଶରୁ ଆସି ଏହି ବ୍ୟବସାୟୀମାନେ ବିନା ପଞ୍ଜୀକରଣରେ ବେପାର ପସରା ମେଳାଉଛନ୍ତି। ଫଳରେ ପଞ୍ଜିକୃତ ଉଠାଦୋକାନୀମାନେ ଶୋଷଣର ଶିକାର ହେଉଛନ୍ତି। ବିଏମସି ଦ୍ଵାରା କେବଳ ୭୨ଜଣ ଉଠାଦୋକାନୀ ପଞ୍ଜିକୃତ ହୋଇଥିବା କୁହାଯାଉଥିବା ବେଳେ ମାର୍କେଟ ବିଲ୍ଡିଂରେ କିନ୍ତୁ ୨୦୦ରୁ ଊର୍ଦ୍ଧ୍ବ ଉଠାଦୋକାନୀ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। ବିଏମସି ରାଜସ୍ବ ଆଦାୟ ନାଁରେ ବାଂଲାଦେଶୀ, ମିଆଁମାର ଅନୁପ୍ରବେଶକାରୀଙ୍କୁ ପ୍ରଶୟ ଦେଉଥିବା ଅଭିଯୋଗ ଆସୁଛି।