(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଜିଏସଟି ଠକେଇ ଅଭିଯୋଗରେ ଜଣେ ଓଡ଼ିଆ ବ୍ୟବସାୟୀଙ୍କୁ ଗିରଫ କରିଛି ଲୁଧିଆନା ପୋଲିସ । ବ୍ୟବସାୟୀ ଜଣଙ୍କ ଦୀର୍ଘ ଦିନ ହେବ ଜିଏସଟି ଫାଙ୍କି ଆସୁଥିଲେ । ୧୨କୋଟି ୮୪ଲକ୍ଷ ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀ ତୀର୍ଥଙ୍କର ପଟେଲଙ୍କୁ ଗିରଫ କରାଯାଇଛି । ବିନା ଜିନିଷ କିଣାବିକାରେ ଟିକସ ପୈଠ ହୋଇଥିବା ଦର୍ଶାଇଥିଲେ । ଛତିଶଗଡ଼ରୁ ଲୁହା କିଣି ପଞ୍ଜାବରେ ବିକ୍ରି କରିଥିବା ଦର୍ଶାଇଥିଲେ । କିନ୍ତୁ ସେ ପ୍ରକୃତରେ ମିଥ୍ୟା ରିପୋର୍ଟ ଦର୍ଶାଇ ଟିକସ ଫାଙ୍କି ଥିବାରୁ ରାଜ୍ୟ ଜିଏସଟି କମିଶନ ନିର୍ଦ୍ଦେଶକ୍ରମେ ଲୁଧିଆନା ପୋଲିସ ତାଙ୍କୁ ବଲାଙ୍ଗୀର ଟିଟଲାଗଡ଼ରୁ ଗିରଫ କରିଛି ।