ଇଡି ଜାଲରେ ପଡିଥିଲେ ବ୍ୟବସାୟୀ ବାବା, ଜବତ ହୋଇଥିଲା କୋଟି କୋଟି ଟଙ୍କା..

0

ଚଳିତ ବର୍ଷ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭରେ ହଜାର ହଜାର ସାଧୁ ସନ୍ଥ ମାନେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ସାଧୁସନ୍ଥଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ସେ ଆଇଆଇଆନ ବାବା ହୁଅନ୍ତୁ କି ସୁନ୍ଦରୀ ସାଧ୍ୱୀ । ଅନେକ ସନ୍ଥଙ୍କ ସାନ୍ୟସ ନେବା ପଛରେ କାହାଣୀ ବି ଥିଲା କିଛି ନିଆରା । ଯେଉଁ କାହାଣୀ ଗୁଡିକୁ ନେଇ ସେମାନେ ଚର୍ଚ୍ଚାରେ ରହିଥିଲେ । ସେହିପରି ଜଣେ ବିଜନେସମ୍ୟାନ ବାବା ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ବାବା ଦାବି କରି କହିଛନ୍ତି, ‘ସେ କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଇଛନ୍ତି ବୋଲି ।


ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ବିଜନେସମ୍ୟାନ ବାବାଙ୍କ ଏକ ଭିଡିଓ ଭାରଇରାଲ ହୋଇଛି। ଯେଉଁଥିରେ ସେ ତାଙ୍କ ଅତିଥି ଜୀବନକୁ ବଖାଣି କହୁଛନ୍ତି, ‘ବିଜନେସ କ’ଣ ? ମୁଁ ହଜାର କୋଟିର ବ୍ୟବସାୟ କରିଛି। ଏମିତି କି ଗୋଟିଏ ଦିନରେ ୨୦୦ରୁ ୩୦୦କୋଟି ବ୍ୟବସାୟ କରି ପାରିଛି। କିନ୍ତୁ ଭଗବାନଙ୍କ ନିକଟରେ ନିଜକୁ ସମର୍ପି ଦେବା ଦିନ ଠାରୁ ଯେଉଁ ସୁଖ ଓ ଶାନ୍ତି ପାଇଛି ତାହା ସେ କୋଟିକୋଟି ଟଙ୍କାର ବ୍ୟବସାୟରେ ପାଇକପାରି ନଥିଲି। ଏମିତି କି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ମୋର ୫୦୦ରୁ ୭୦୦ କୋଟି ଟଙ୍କା ଜବତ ପଡ଼ିଛି। ଏହି ଟଙ୍କାରେ ମୋର ଆଉ କୌଣସି ପ୍ରକାର ମୋହମାୟା ନାହିଁ। କୁମ୍ଭମେଳାରେ ମୋତେ ଅନେକ ଲୋକ ଟଙ୍କା ଦାନ/ଦକ୍ଷିଣାରେ ଦେଉଛନ୍ତି। ମୁଁ ସେମାନଙ୍କୁ କହୁଛି ଏହି ଟଙ୍କା ମୋର ଆଉ ଆବଶ୍ୟକ ନାହିଁ। କାରଣ ମୁଁ ଟଙ୍କାକୁ ତ୍ୟାଗ କରି ଦେଇଛି।’


କିନ୍ତୁ, ଯେତେବେଳେ ବ୍ୟବସାୟୀ ବାବାଙ୍କ ବିଷୟରେ ସୂଚନା ଲୋଡାଗଲା, ଘଟଣାଟି ଅନ୍ୟ କିଛି ଜଣାପଡ଼ିଲା। ପ୍ରକୃତରେ, ଏହି ବ୍ୟବସାୟୀ ବାବା କୋଟି କୋଟି ଟଙ୍କାର ଠକ ବୋଲି ଜଣାପଡ଼ିଲା। ରାଧେଶ୍ୟାମ ଥରେ ବିଳାସପୂର୍ଣ୍ଣ କାରରେ ବୁଲୁଥିବା ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ଥିଲେ, କିନ୍ତୁ ଗୋଟିଏ ଦିନ ତାଙ୍କ କମ୍ପାନୀ ଉପରେ ୧୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଥିଲା ଏବଂ ତାଙ୍କୁ ଜେଲ ଯିବାକୁ ପଡିଲା। ସେ ୫ ବର୍ଷ ଜେଲରେ ଥିବା ସମୟରେ ଗୀତା ଲେଖିଥିଲେ। ଜାନୁଆରୀ ୨୦୨୨ରେ ମୁକ୍ତ ହେବା ମାତ୍ରେ ସେ ସବୁକିଛି ପରିତ୍ୟାଗ କରି ଆଧ୍ୟାତ୍ମିକ ଜୀବନର ପଥ ଗ୍ରହଣ କଲେ ଏବଂ ‘ପରମଧାମ’ ନାମକ ଏକ ସଂଗଠନ ପ୍ରତିଷ୍ଠା କଲେ। ଏବେ ସେ ନିଜକୁ ‘ପରମ ଗୁରୁ’ ବୋଲି କହି ଆଧ୍ୟାତ୍ମିକ ପ୍ରବଚନ ଦେଉଛନ୍ତି। ତାଙ୍କ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରୁଛନ୍ତି।