ର୍ଦୁଗନ୍ଧରେ ଫାଟୁଛି ବରମୁଣ୍ଡା ବସଷ୍ଟାଣ୍ଟ

0

(ତ୍ରିଲୋଚନ ରାଉତ / ରିପୋର୍ଟସ ଟୁଡ଼େ ) : ସ୍ମାର୍ଟସିଟିର ଭିତ୍ତିଭୂମି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ରାଜଧାନୀ ଭୁବନେଶ୍ୱରର କେନ୍ଦ୍ରବିନ୍ଦୁ ବୋଲାଉଥିବା ବରମୁଣ୍ଡା ବସଷ୍ଟାଣ୍ଡ ଏବେ ଅବହେଳିତ । ଏହି ବସ୍ ଷ୍ଟାଣ୍ଡରେ ପଡ଼ି ରହିଛି କୁଢ କୁଢ ଅଳିଆ । ୫ ଦିନ ହେବ ଅଳିଆ ଉଠାଯାଉନି । ଆଇ ଏସ ଅଫିସର ଜି ଶ୍ରୀନିବାସନଙ୍କ ପ୍ରିୟାପ୍ରିତୀ ତୋଷଣରେ ଚାଲିଛି ଓ.ଏସ.ଆରଟିସି ସଂସ୍ଥା । ବିନା ଟେଣ୍ଡରରେ କେମିତି ଦିଆଗଲା ସୁଲଭ ଇଣ୍ଟରନ୍ୟାସନାଲକୁ ସଫେଇ ଦାଇତ୍ୱ । ଏହି ବସଷ୍ଟାଣ୍ଟ ଉପରେ ପ୍ରାୟ ରାଜଧାନୀ ବାସୀଙ୍କ ସମେତ ଅନ୍ୟ ଜିଲ୍ଲାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ବସ ଯୋଗେ ଯାତାୟତ କରିବା ପାଇଁ ନିର୍ଭର କରଥାନ୍ତି । ତେଣୁ କରି ଦିନ ବଢିବା ସହିତ ଏଠାର ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିଚାଲେ । ହେଲେ ଏହି ବସଷ୍ଟାଣ୍ଡ ଭିତରେ ଯାତ୍ରୀଙ୍କ ସୁବିଧା ସୁଯୋଗ ପ୍ରତି ସତେ ଯେମିତି ସରକାରଙ୍କ ନିଘା ନାହିଁ । ବିଶ୍ରାମାଗାର,ଶୌଚାଳୟ ଏପରିକି ପିଇବା ପାଣିର ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ନୁହେଁ । ଫଳରେ ଆସୁଥିବା ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ଷା ହେଲେ ଷ୍ଟାଣ୍ଟ ପରିସରରେ ଆଣ୍ଟୁଏ ଉଚ୍ଚର ପାଣି ଲହଡ଼ି ମାରେ । ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇନଥିବାରୁ ଯାତ୍ରୀମାନେ ଏତେତେଣେ ପରିସ୍ରା କରୁଥିବାରୁ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ବିଶେଷ କରି ମହିଳା ମାନଙ୍କ ଏହା ଏକ ମୁଖ୍ୟ ସମସ୍ୟା ପାଲଟିଛି । ବସଷ୍ଟାଣ୍ଟର ଏପରି ସ୍ଥିତକୁ ଦେଖି ବାହାର ଯାତ୍ରୀଙ୍କ ସମତେ ସ୍ଥାନୀୟ ଯାତ୍ରୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବିଶେଷ କରି ରାଜ୍ୟ ସରକାରଙ୍କ କୋଡ଼ିଏ ବର୍ଷ ଶାସନ କାଳରେ ଏହି ବସଷ୍ଟାଣ୍ଟର ରୂପ ବଦଳି ପାରିଲା ନାହିଁ । ନବୀକରଣ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲେ ମଧ୍ୟ ଘୋଷଣା ଏକ ପ୍ରକାର ଫୁ ରେ ପରିଣତ ହୋଇଛି । ଯାହା ବର୍ତମାନ ସ୍ଥିତିରୁ ସ୍ପଷ୍ଟ ପ୍ରାମଣିତ ହେଉଛି ସରକାରଙ୍କର ଏହା ଉପରେ ନିଘା ନାହିଁ । ତେବେ ଦେଖିବାକୁ ବାକି ରହିଲା ଯେ ସରକାରଙ୍କ ଏହି ଯୋଜନା କେବେ କାର୍ଯ୍ୟକାରୀ କରୁଛନ୍ତି ।