ଡେଲ୍ଟା ଭାରିଏଣ୍ଟ ମୁକାବିଲା ପାଇଁ ଦିଆଯିବ ବୁଷ୍ଟର ଡୋଜ

0

ୱାଶିଂଟନ: ମହାମାରୀ କରୋନାର ନୂଆ ଭାରିଏଣ୍ଟ ଏବେ ବିଶ୍ୱବ୍ୟାପୀ ଭୟ ସୃଷ୍ଟି କଲାଣି । ଆମେରିକାରେ ପୁଣି କରୋନାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ୧୨୦ ଦିନ ପରେ ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ଏକ ହଜାର ଟପିଯାଇଛି । ଏହା ପରେ ଆମେରିକା ଟୀକାକରଣକୁ ନେଇ ଏକ ନିଷ୍ପତ୍ତି ନେଇଛି । ସଂକ୍ରମଣ ବୃଦ୍ଧି ପାଇବା ପରେ ସମସ୍ତ ନାଗରିକଙ୍କୁ ବୁଷ୍ଟର ଡୋଜ ଦେବାକୁ ବାଇଡେନ ସରକାର ପଦକ୍ଷେପ ନେଉଛି ।
ସେପ୍ଟେମ୍ବର ୨୦ରୁ ସମସ୍ତ ଆମେରିକା ନାଗରିକଙ୍କୁ ବୁଷ୍ଟର ଡୋଜ ଦେବାକୁ ଅନୁମତି ମିଳିବ । ଦେଶର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମୁତାବକ, ଉପଲବ୍ଧ ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଟୀକାକରଣର ପ୍ରାରମ୍ଭିକ ମାତ୍ରା ପରେ ସମୟ ସହିତ ସଂକ୍ରମଣରୁ ସୁରକ୍ଷା ହ୍ରାସ ପାଇବାରେ ଲାଗିଛି। ସେହି ସମୟରେ ଡେଲଟା ଭାରିଏଣ୍ଟର ପ୍ରକୋପ ମଧ୍ୟରେ ଆମକୁ ଟିକା ଯୋଗୁଁ ରୋଗ ସହ ଲଢ଼ିବା ପାଇଁ ସାମାନ୍ୟ ଏବଂ ମଧ୍ୟମ ଧରଣର ସୁରକ୍ଷା ମିଳୁଥିବା ପ୍ରମାଣ ଅଛି। ତେଣୁ କରୋନା ବିରୋଧରେ ଟୀକାର ସୁରକ୍ଷାକୁ ଏବଂ ତା’ର ସ୍ଥାୟୀତ୍ୱକୁ ବଢ଼ାଇବା ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟଅଧିକାରୀ କହିଛନ୍ତି।