ମାତ୍ର ଦେଢଟଙ୍କାର ମେଡିସିନରେ ଭଲ ହେଉଛନ୍ତି କରୋନା ରୋଗୀ

0

ନୂଆଦିଲ୍ଲୀ- ସାରା ବିଶ୍ୱରେ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିସାରିଲେଣି । କରୋନା ରୋଗ ପାଇଁ ଏକ ଭଲ ପ୍ରତିଷେଧକ ବିକଶତ କରିବା ପାଇଁ ସାରା ବିଶ୍ୱର ଡାକ୍ତର ଓ ବୈଜ୍ଞାନିକମାନେ ସେମାନଙ୍କର ଉଦ୍ୟମ ଜାରି ରଖିଛନ୍ତି । ହେଲେ ମାତ୍ର କରୋନାକୁ ସମ୍ପୂର୍ଣ୍ଣଭାବେ ପ୍ରତିହତ କରାଯାଇ ପାରିନାହିଁ । ଏହି ସମୟରେ ଦେଢ ଟଙ୍କାର ମେଡିସିନ କରୋନାକୁ ଭଲ କରୁଥିବା ଜାଣି ସମଗ୍ର ବିଶ୍ୱ ଚକିତ । ଏହି ମେଡିସିନର ନାମ ହେଉଛି ‘ମେଟଫର୍ମୀନ’ । ଏହା ସାଧାରଣତଃ ଡାଇବେଟିସ ରୋଗୀଙ୍କ ପାଇଁ ବ୍ୟବହୃତ ହୋଇଥାଏ । ଯାହାକି ଏବେ କରୋନା ରୋଗ ପାଇଁ ବେଶ ଉପାଦେୟ ହୋଇପାରିଛି ।ଇଂରାଜୀ ଖବରକାଗଜ ‘ଦି ସନ୍’ ର ରିପୋର୍ଟ ଅନୁଯାୟୀ ବ୍ରିଟେନର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ନେସନାଲ ହେଲ୍ଥ ସର୍ଭିସ ପ୍ରଥମରୁ ଏହି ମେଡିସିନର ବ୍ୟବହାର କରିଆସୁଛି । ଏହା ସାଂଘାତିକ ଡାଇବେଟିଜ ରୋଗୀ ଓ ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କ ଉପରେ ବେଶ ପ୍ରଭାବଶୀଳ ବୋଲି ଗବେଷକମାନେ କହିଛନ୍ତି ।