ଦିନ ୧୧.୩୦ ସୁଦ୍ଧା ୪୦ଡିଗ୍ରୀ ପାର କରିଛି ୩ଟି ସହରର ତାପମାତ୍ରା

0

ଭୁବନେଶ୍ୱର: ଜଳୁଛି ସାରା ରାଜ୍ୟ । ଦିନ ୧୧.୩୦ ସୁଦ୍ଧା ୪୦ଡିଗ୍ରୀ ପାର କରିଛି ୩ଟି ସହରର ତାପମାତ୍ରା । ସମ୍ବଲପୁର ଓ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ୪୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ ୪୧.୮ଡିଗ୍ରୀ ତାପମାତ୍ରା ରେକଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୯.୮ ଡିଗ୍ରୀ, କେନ୍ଦୁଝରରେ ୩୯ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ପାରାଦୀପରେ ୩୩.୮ ଡିଗ୍ରୀ ଓ ଗୋପାଳପୁରରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗୋପାଳପୁରରେ ୭୯ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଛି । ପୁରୀରେ ୭୬%, ଭୁବନେଶ୍ବରରେ କମିଛି ଗୁଳୁଗୁଳି । ଝାରସୁଗୁଡ଼଼ାରେ ସବୁଠୁ ଅଧିକ ତାତି ଥିବା ବେଳେ ୨୬ ପ୍ରତିଶତ ରହିଛି ଆର୍ଦ୍ରତା । ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ସିଭିୟର ହିଟଓ୍ବେଭ୍ ପାଇଁ ପଶ୍ଚିମ ଓଡ଼ିଶାକୁ ସତର୍କତା ଜାରି ହୋଇଥିବା ବେଳେ ୧୯ ତାରିଖ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆଜି ୧୨ ଜିଲ୍ଲାରେ ସ୍ବାଭାବିକଠାରୁ ୬.୫ ଡିଗ୍ରୀରୁ ୧୦ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ଅଧିକ ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ୨୧ତାରିଖ ଠାରୁ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି ।