ଭୁବନେଶ୍ୱର : ଜଳୁଛି ସାରା ରାଜ୍ୟ । ଛଠପଟ ହେଉଛି ଜନଜୀବନ । ଦିନକୁ ଦିନ ଉପରମୁହାଁ ହେଉଛି ପାରଦ କମିବାର ନା ନେଉନାହିଁ । ତେବେ ଆଜି ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା। ୪୧.୨ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଚାନ୍ଦବାଲି ୪୦ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଝାରସୁଗୁଡା ୩୯.୨ ଡିଗ୍ରୀ, କେନ୍ଦୁଝର ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି।ସେହିପରି ସମ୍ବଲପୁର ରେ ୩୬.୭ ଡିଗ୍ରୀ ,ପୁରୀରେ ୩୫.୨ ଡିଗ୍ରୀ ରହିଛି ତାପମାତ୍ରା ରହିଛି ।ତେବେ ୪୦ ଡିଗ୍ରୀ ଉପରେ ରହିଛି ୩ଟି ସହରର ତାପମାତ୍ରା । ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ଓଡିଶା ।