ଡିସେମ୍ବର ୨୦୨୩ ସୁଦ୍ଧା ଜାଗା ମିଶନ ଅଧୀନରେ ଲକ୍ଷେ ଲୋକଙ୍କୁ ଜମିପଟ୍ଟା ଦିଆଯିବ

0

ଭୁବନେଶ୍ୱର : ଆଜିଠୁ ଲୋକସେବା ଭବନ ସମ୍ମିଳନୀ କକ୍ଷ ରେ ଆରମ୍ଭ ହୋଇଛି ଆଇଏଏସ ସମ୍ମିଳନୀ…ଦୁଇ ଦିନ ଧରି ଚାଲିବାକୁ ଥିବା ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି… କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି ।୮ ହଜାର ସ୍ୱୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ  ସାଇକେଲ ବାଣ୍ଟିବ ଗୃହ ନଗର ଉନ୍ନୟନ ବିଭାଗ । ଯେଉଁମାନେ ନଗର ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥା ରେ କାମ କରୁଛନ୍ତି ସେମାନଙ୍କ ଗମନାଗମନ ସୁବିଧା ପାଇଁ ସାଇକେଲ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ । ସେହିପରି ଡିସେମ୍ବର 2023 ସୁଦ୍ଧା ଜାଗା ମିଶନ ଅଧୀନରେ ଲକ୍ଷେ ଲୋକଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ ।

5 ଟି  ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହରର ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଡ୍ରିଙ୍କ ଫର୍ମ ଟ୍ୟାପ ୱାଟର ରେ ପୁରୀ ରେ ଶତ ପ୍ରତିଶତ କାମ କରୁଥିବା ବେଳେ ଭୁବନେଶ୍ୱର, କଟକ, ଗୋପାଳପୁରରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ହରଘରପାଣି ସ୍କିମ ବି ଦ୍ରୁତ ଗତିରେ କାର୍ଯ୍ୟ କରାଯାଉ ଥିବା କହିଛନ୍ତି ବିଭାଗୀୟ ସଚିବ । ସେହିପରି ବିଜୁ ଆଦର୍ଶ କଲୋନି ଯୋଜନା ଅଧିକ ତ୍ୱରାନ୍ୱିତ କରିବା ସହ ସେଠାରେ କମ୍ୟୁନିଟି ଟଏଲେଟ ବଦଳରେ କ୍ଲଷ୍ଟର ଟଏଲେଟ ପାଇଁ ଯୋଜନା କରାଯାଇଛି ଯାହାର ନାମ ରହିଛି ମୋ ଟଏଲେଟ ଯୋଜନା । ଏଥିପାଇଁ ହିତାଧିକାରୀଙ୍କୁ 16 ହଜାର ଟଙ୍କା ସବସଡ଼ି ଆକାରରେ ଯୋଗାଇ ଦିଆଯିବ ।