ବ୍ୟୁରୋ : ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ୧୨ ହଜାର ୬୦୨ ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଡେଟ୍ ମଧ୍ୟ କରାଯାଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ନେଟୱର୍କ ଅପହଞ୍ଚ ଥିବା ଗାଁ କୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ IT ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି ।
ଟାୱାର ଅପଗ୍ରେଡ଼ କରାଯାଉଛି । 2025 ମାର୍ଚ୍ଚ ସୁଦ୍ଧା ନେଟୱର୍କ ଅପହଞ୍ଚ ଗାଁକୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି । ଆଈଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ଗୃହରେ ସୂଚନା ।
ଇଣ୍ଟେରନେଟ ସମସ୍ୟା ଦୂର କରିବାକୁ ଜିଲ୍ଲା ଏଡ଼ିଏମଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି । ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଏହି ଟାସ୍କ ଫୋର୍ସ କାମ କରିବ ବୋଲି ଗୃହରେ ଆଈଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖିଛନ୍ତି ।
ପାହାଡିଆ ଅଞ୍ଚଳରେ ଟାୱାର କନେକଟିଭିଟି ହୋଇପାରିନାହିଁ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ମଙ୍କ ତଥ୍ଯକୁ ସଠିକ କହିଲେ ଆଈଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୋହନ ସରକାର ଆସିବା ପରେ ଏନେଇ ପଦକ୍ଷେପମାନ ନିଆଯାଉଛି । ଖୁବ୍ ଶୀଘ୍ର ମୋବାଇଲ ଓ ଇଣ୍ଟରନେଟ୍ ସେବା ମିଳିବ।