ବୃତ୍ତିରେ ଠିକାଦାର ନିଶାରେ କଳାକାର

0

ଉଦଳା/ଦୀପକ ମିଶ୍ର : ପିଲାଟି ଦିନରୁ ସପ୍ନ ଥିଲା ଦିନେ ବଡ ପରଦାରେ ହେଉ ବା ଛୋଟ ପରଦାରେ ପ୍ରତିଷ୍ଠିତ କଳାକାର ମାନଙ୍କ ସହିତ ମିଶି କାମ କରିବାର ନିଶା | ଆଜି ସେ ସଫଳ ହୋଇ ପାରିଛନ୍ତି ଓଲିଉଡର ପ୍ରତିଷ୍ଠିତ କଳାକାର ମାନଙ୍କ ସହ ମିଶି କାମକରିବାରେ | ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ର ରଘୁମଣି ତ୍ରିପାଠୀ ଙ୍କ ପୁଅ ସୀମାନ୍ତ ତ୍ରିପାଠୀ (୫୧) | ପିଲାଟି ଦିନରୁ କଳା ପ୍ରତି ବହୁତ ଆଗ୍ରହ ଥିଲା ସେ ସ୍କୁଲ ପାଠ ପଢ଼ୁଥିବା ସମୟରେ ପ୍ରତିଷ୍ଠିତ ଇଗୋଲ କ୍ଳବ ସହିତ ଯୋଡିହୋଇଥିଲେ | ସେତେବେଳରୁ ସେ ଉଦଳାରେ ଥିବା କଳାକାର ମାନଙ୍କ ସହିତ ମିଶି କ୍ଲବରେ ହେଉଥିବା ଡ୍ରାମା ମାନଙ୍କରେ ଅଭିନୟ କରୁଥିଲେ | ପେସାରେ ସିଏ ଠିକାଦାର କିନ୍ତୁ ନିଶାରେ ହେଉଛନ୍ତି କଳାକାର | ୨୦୦୯ ମସିହାରେ ଫେବ୍ରୁଆରୀ ପନ୍ଦର ତାରିଖରେ ରିଲିଜ ହୋଇଥିବା ” ସୁନା ଚଢେଇ ” ଥିଲା ପ୍ରଥମ ସିନେମା । ସେଥିରେ ଡିରେକ୍ଟର ଥିଲେ ହିମାଂଶୁ ପରିଜା , ପ୍ରଡୁସର ସୋମ୍ୟ ରଞ୍ଜନ ପଟନାୟକ ଓ ଆସିଷ୍ଟେଣ୍ଟ ଡିରେକ୍ଟର ଥିଲେ ତାପସ ସର୍ଘରିଆ | “ସୁନା ଚଢେଇ” ଉଦଳାରେ ସୁଟିଂ ଚାଲିଥିବା ସମୟରେ ତାପସ ସୋଘରିଆଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ହୋଇଥିଲା ଓ ସିନେମାରେ ଏକ ଛୋଟ କଳାକାରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ସେ | ତାପରେ ପରେ ପହିଲି ରଜ, ରୁମୁକୁ ଝୁମନା, ଟାର୍ଗେଟ, ପ୍ରେମ କୁମାର, ବିଜୁବାବୁ, ଆଗସ୍ତି ଏହିପରି କୋଡିଏ ରୁ ଅଧିକ ସିନେମାରେ ସେ ଛୋଟ କଳାକାରରେ ଅଭିନୟ କରିସାରିଲେଣି | ସେହିପରି ତରଙ୍ଗ ଚ୍ୟାନେଲର “ମଲ୍ଲା ଜହ୍ନ ” ଓ ତରଙ୍ଗ ସିନେମାର ପ୍ରଥମ ଅବଦାନ “ଇସ୍କ ତୁ ହି ତୁ”ରେ ମଧ୍ୟ ଅଭିନୟ କରିଛନ୍ତି | ମୟୁରଭଞ୍ଜ ଜିଲ୍ଲାର ଉଦଳା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସୀମାନ୍ତ ତ୍ରିପାଠୀ ନିଜର ହରିବୋଲ ପ୍ରଡକ୍ସନର ଏକ ୟୁଟ୍ୟୁୁବ ଚ୍ୟାନେଲ ମାଧ୍ୟମରେ ସାନ୍ତାଳୀ ଆଲବମ ପ୍ରସ୍ତୁତିରେ ମନ ଦେଇଛନ୍ତି | କରୋନା ମହାମାରୀ ଥିବା ଯୋଗୁଁ ଆଲବମ କରିବାରେ ସେ ମନଦେଇ ଥିଲେ ତାଙ୍କର ପ୍ରଥମ ଆଲବମ ହେଉଛି ” ମୁଚୁର ଲୁଣ୍ଡା ” । ତାହାକୁ ତିନି ଲକ୍ଷ ଲୋକ ଦେଖି ସାରିଥିବା ବେଳେ ଏବେ ମକରରେ ଦ୍ୱିତୀୟ ଅଲବମ “ଝାନ ଗୋଳମ” ଦୁଇ ଦିନରେ ପଞ୍ଚାଅଶି ହଜାର ଲୋକ ଦେଖି ସାରିଥିବା ଅଞ୍ଚଳ ବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି କ୍ଷ ଉଦଳା ଅଞ୍ଚଳରେ ସେ ବେଶ ପରିଚିତ କାବୁନନା ନାମରେ | ସମାଜ ସେବା, ରାଜନୀତି, ଓ ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନରେ ସର୍ବଦା ଜଡିତ ହୋଇ ରହିଥାନ୍ତି ସେ ।