ଭୁବନେଶ୍ୱର; କଥା ଦେଇ କଥା ରଖିବ ବିଜେପି । ଘରେ ଘରେ ପହଞ୍ଚିବ ବିଜୁଳି । ଯେଉଁ ବ୍ୟକ୍ତି ବିଦ୍ୟୁତ ସେବାରୁ ବଞ୍ଚିତ ଥିବେ ସେମାନଙ୍କ ଘରେ ବିଦ୍ୟୁତ ସଂଯୋଗ କରାଯିବ । ବିଧାନସଭାରେ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେପ୍ଟେମ୍ବର ସୁଦ୍ଧା ବିଜୁଳି ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଖାଲି ସେତିକି ନୁହେଁ ରାଜ୍ୟର ପ୍ରେତ୍ୟକ ଲାକେ ଏଣିକି ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହେବେ ନାହିଁ । ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫ କୋଟି ଟଙ୍କା ସମସ୍ତ ଡିସକମମାନଙ୍କୁ ଯୋଗାଇ ଦେଇଛନ୍ତି ।