ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ବ୍ୟାସନଗର ପୈାରପାଳିକାର ବିଜେଡି କାଉନସିଲର ମାନେ..

0

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବ୍ୟାସନଗର ପୈାରପାଳିକାର ବିଜେଡି କାଉନସିଲର ମାନେ । ନବୀନଙ୍କୁ ଭେଟି ପୈାରପାଳିକାରେ ଚାଲିଥିବା ଅନେକ ବିକାଶ ମୂଳକ କାର୍ଯ୍ୟର ମୁଲ୍ୟାଙ୍କନ କରିଥିଲେ । ତେବେ ଦଳର ପରାଜୟ ପରେ ଆଗକୁ ବଢ଼ିବାକୁ ପ୍ଲାନ କରୁଛି ବିଜେଡି । ନେତାଙ୍କୁ ନେଇ ନବୀନ କରୁଛନ୍ତି ବୈଠକ ଉପରେ ବୈଠକ । ସଂଗଠନକୁ ସୃଦୁଢ କରିବାକୁ ନେତାଙ୍କୁୁ ଦେଉଛନ୍ତି ଗୁରୁମନ୍ତ୍ର । ସେପଟେ ବିଧାନସଭାରେ ସରକାରଙ୍କୁ କରୁଛନ୍ତି ଟାର୍ଗେଟ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ପ୍ରତି ନିର୍ବାଚନ ମଣ୍ଡଳିରେ ଦଳର ସଭାପତିଙ୍କୁ ଦେଉଛନ୍ତି ଗୁରୁ ଦାଇତ୍ୱ । । ବିରୋଧୀ ଦଳ ଭାବେ ବିଜେଡିକୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡୁଛି। ଦଳର ସାଙ୍ଗଠନିକ ପ୍ରକ୍ରିୟା ଜାରି ରହିଥିବା ବେଳେ ମାର୍ଚ୍ଚ ଶେଷ ସୁଦ୍ଧା ସରିବ ସାଂଗଠନିକ ନିର୍ବାଚନ। ଏହାରି ମଧ୍ୟରେ ଅନେକ ନେତା ନବୀନଙ୍କୁ ଭେଟି ପରାମର୍ଶ ନେଉଛନ୍ତି ।