ଭୁବନେଶ୍ୱର: ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ । ଆଜି ହେଉଛି ଗୁରୁଦିବସ ତଥା ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୟନୀ ଅବସରରେ ପାଳନ କରାଯାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
ପବିତ୍ର ଗୁରୁଦିବସ ତଥା ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ, ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଗୁରୁ-ଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଅନନ୍ୟ ବିଭବ। ଜ୍ଞାନ ରୂପକ ଆଲୋକରେ ଜୀବନକୁ ପରିପୂର୍ଣ୍ଣ କରି ବ୍ୟକ୍ତିତ୍ୱ ନିର୍ମାଣ, ସୁସ୍ଥ ସମାଜ ଗଠନ ଦିଗରେ… pic.twitter.com/Nt5DUFCf5b
— Naveen Patnaik (@Naveen_Odisha) September 5, 2023
ଏନେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ପବିତ୍ର ଗୁରୁଦିବସ ତଥା ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ, ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁ-ଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଅନନ୍ୟ ବିଭବ। ଜ୍ଞାନ ରୂପକ ଆଲୋକରେ ଜୀବନକୁ ପରିପୂର୍ଣ୍ଣ କରି ବ୍ୟକ୍ତିତ୍ୱ ନିର୍ମାଣ, ସୁସ୍ଥ ସମାଜ ଗଠନ ଦିଗରେ ଗୁରୁମାନଙ୍କ ଅବଦାନ ଅତୁଳନୀୟ ।