(ଭଦ୍ରକ / ଶେଖ ଫାଇଜାନ କାଦରୀ ): ଭଦ୍ରକ ସହରାଞ୍ଚଳର ପୁରୁଣାବଜାର ଯୁବ ସଂଗଠନ ପକ୍ଷରୁ ଉଇଇ,ଘଜଉ ଓ ଘଚଜ କୁ ବିରୋଦ୍ଧ କରି ଆରମ୍ବ ହୋଇଥିବା ସତ୍ୟାଗ୍ରହ ୩୩ ଦିନରେ ପହଞ୍ଚିଛି।ଏହି ଅବସରରେ ଗତକାଲି ଜେ.ଏନ.ୟୁ ର ନେତ୍ରୀ ଦିପସିତା ଧର,ଯୁବନେତା ସତରୂପ ଘୋଷ,ଯୁବ ନେତ୍ରୀ କମଲ ପ୍ରୀତ କୌର ପ୍ରମୂଖ ଯୋଗଦେବାର କାର୍ୟ୍ୟକ୍ରମ ଥିଲା। ସେଥିପାଇଁ ସଂଗଠନ ପକ୍ଷରୁ ଏକ ବିରାଟ ସଭାର ଆୟୋଜିତ ମଧ୍ୟ ହୋଇଥିଲା।ହେଲେ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଖଂଳାକୁ ଦୃଷ୍ଟିରେ ରଖି କର୍ମକର୍ତ୍ତାଙ୍କ ସହ ଆପୋଷ ଆଲୋଚନା ପରେ ସେମାନଙ୍କ ଆଗମନକୁ ସ୍ଥଗିତ କରାଯାଇଛି।ତେବେ ସ୍ଥାନିୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି।ଶାନ୍ତିଶୃଖଂଳା ଦୃଷ୍ଟିରୁ ବ୍ୟାପକ ମୃତୟନ କରାଯିବା ସହ ପୂର୍ବାଞ୍ଚଳ ଆଇ,ଜି ପ୍ରତ୍ୟକ୍ଷ ତତ୍ତ୍ବାବଧନା କରିଛନ୍ତି।କୌଣସି ଅପ୍ରତିକର ପରିସ୍ଥି ସୃଷ୍ଟି ନ କରିବାକୁ ସାଂଗଠନିକ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେବାସହ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟିଂରୁ ଦୂରେଇ ରହିବାକୁ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି।