ସିଏଏ ଆନ୍ଦୋଳନ: ୫୦ଜଣ ଆନ୍ଦୋଳନକାରୀଙ୍କ ଦୋକାନ ଜବତ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ନୂଆଦିଲ୍ଲୀ ସ୍ଥିତ ମୁଜାଫରନଗରରେ ପ୍ରଶାସନ ସିଏଏ ଓ ଏନ୍‌ଆରସି ବିରୋଧରେ ଚାଲିଥିବା ଆନ୍ଦୋଳନରେ ସାମିଲ ଥିବା ୫୦ଜଣ ଆନ୍ଦୋଳନକାରୀଙ୍କ ଦୋକାନ ଜବତ କରି ନେଇଛନ୍ତି। ଏହି ଦୋକାନୀମାନେ ଆନ୍ଦୋଳନ ବେଳେ ହିଂସା ଘଟାଇଥିବା ଜଣାପଡ଼ିଛି। ଏଥିସହିତ ଗୋରଖପୁର ପୁଲିସ ଆନ୍ଦୋଳନକାରୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଏହି ଆନ୍ଦୋଳନକାରୀଙ୍କ ପରିଚୟ ଯିଏ ଦେବେ ତାଙ୍କୁ ପୁରସ୍କାର ବି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନ୍‌ଆରସି) ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ସାରା ଦେଶରେ ଜାରି ରହିଛି। ଆନ୍ଦୋଳନ ସମୟରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ଆନ୍ଦୋଳନକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି।