ସରିଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ, ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର

0

ଭୁବନେଶ୍ୱର : ସରିଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ | ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର | ୨୦୨୩-୨୪ ବର୍ଷ ବଜେଟ ଚିଠା ପ୍ରସ୍ତାବକୁ ମିଳିଲା ଅନୁମୋଦନ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମୋଟା ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନରେ ପ୍ରାୟ ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ ମଞ୍ଜୁରୀ |
OAV ପାଇଁ ପ୍ରତିଷ୍ଠା ହେବ ୨୩୭ ହଷ୍ଟେଲ | ବିମାନ ଇନ୍ଧନରେ ଭାଟକୁ ୧%କୁ ହ୍ରାସ କଲେ ରାଜ୍ୟ ସରକାର| MSME ର ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ | ତୃତିୟାଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ | ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହେବେ | ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଅନୁମୋଦନ| ଜଳସମ୍ପଦ ବିଭାଗର ଡ୍ରେନେଜ ବ୍ୟବସ୍ଥାକୁ ଅନୁମୋଦନ | ଜେଲରେ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତି ପୁରଣ| ଭୁବନେଶ୍ୱରରେ ଜଳ ଯୋଗାଣ ପାଇଁ ପ୍ରସ୍ତୁତ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ | SVKM ବିଶ୍ୱବିଦ୍ୟାଳୟ ପାଇଁ ଜଟଣୀରେ ଜମି ଯୋଗାଇବେ ସରକାର | MSME ଉନ୍ନୟନ ନୀତି 2016ରେ ସଂଶୋଧନ |