ନୂଆଦିଲ୍ଲୀ: ଭାରତରେ ଖୁବ୍ଶୀଘ୍ର ୫ଜି ସେବା ଆରମ୍ଭ ହେବାକୁ ଯାଉଛି । ୫ଜି ସେବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛି । ଘରୋଇ ଟେଲିକମ୍ କମ୍ପାନୀକୁ ୫ଜି ସ୍ପେକ୍ଟ୍ରମ୍ ୨୦ ବର୍ଷ ଲାଗି ନିଲାମୀ ଦିଆଯିବ । ତେବେ ଜୁଲାଇ ଶେଷ ସୁଦ୍ଧା ୫ଜି ଟେଲିକମ୍ ସେବା ଗୁଡିକର ନିଲାମ ଓ ବ୍ୟବସାୟିକ ଶୁଭାରମ୍ଭ ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦ ବର୍ଷ ଲାଗି ୫ଜି ସ୍ପେକ୍ଟ୍ରମ ନିଲାମ ନିମନ୍ତେ ଟେଲିକମ୍ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛି । ତେବେ ନିଲାମୀ ପାଇଁ ମୂଳ ମୂଲ୍ୟ ଉପରେ ଟେଲିକମ୍ ବିଭାଗ କୌଣସି ବିବୃତ୍ତି ଦେଇନଥିବା ଜଣାପଡିଛି । ୫ଜି ଏୟାରୱେଭ୍ ନିଲାମକୁ ଟେଲିକମ୍ ଆୟୋଗ ଅନୁମୋଦ କରିଛନ୍ତି । ମୋବାଇଲ୍ ସେବା ପ୍ରଦାନକାରୀମାନେ ମୂଳ ମୂଲ୍ୟରେ ୯୦ ପ୍ରତିଶତ ହ୍ରାସ ପାଇଁ ଲବି କରିଥିବାବେଳେ ଏହା ଟେଲିକମ୍ ଆୟୋଗ (ଟ୍ରାଇ) ପରାମର୍ଶକୁ ଗ୍ରହଣ କରିବାକୁ ୩୬ ପ୍ରତିଶତ ସୁପାରିଶ କରିଛି । ସ୍ପେକ୍ଟ୍ରମ ପାଇଁ ୨୦ଟି ସମାନ ବାର୍ଷିକ କିସ୍ତିରେ ଦେୟ କରାଯାଇପାରିବ ଯାହା ପ୍ରତ୍ୟେକ ବର୍ଷ ଆରମ୍ଭରେ ଅଗ୍ରୀମ ପ୍ରଦାନ କରାଯିବ । ଏହା ନଗଦ ପ୍ରବାହ ଆବଶ୍ୟକତାକୁ ଯଥେଷ୍ଟ ସହଜ କରିବ ଏବଂ ଏହି କ୍ଷେତ୍ରରେ ବ୍ୟବସାୟ କରିବା ପାଇଁ ଖର୍ତ୍ତ କମ କରିବ ବୋଲି ଆଶା କରାଯାଇଛି । ତେବେ ବାଲାନ୍ସ କିସ୍ତି ସମ୍ବନ୍ଧରେ ଭବିଷ୍ୟତର କୌଣସି ଦାୟିତ୍ୱ ନଥାଇ ବିଡରମାନଙ୍କୁ ୧୦ ବର୍ଷ ପରେ ସ୍ପେକ୍ଟ୍ରମ ଫେରାଇବାର ବିକଳ୍ପ ଦିଆଯିବ ବୋଲି ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି । ସ୍ପେକ୍ଟ୍ରମର ନିଲାମୀ ମୂଲ୍ୟ ୫ ଲକ୍ଷ କୋଟି ରଖାଯାଇଛି । ଦୀପାବଳୀ ସୁଦ୍ଧା ଦେଶବାସୀ ଏହି ସୁବିଧା ପାଇପାରିବେ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ।