ବଡ଼ଦିନ ପାଇଁ ବନାନ୍ତୁ ଭେଜ କେକ୍

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବେକିଂ ପାଉଡରକୁ ପ୍ରଥମେ ବେକିଂ ପାଉଡର ମିଶାଇ ଛାଣିଦେବେ। ଏଭଳି କରିବା ଫଳରେ ମଇଦା ସହ ବେକିଂ ପାଉଡର ଭଲ ଭାବରେ ମିଶିଯିବ। ଏବେ ଆଉ ଗୋଟେ ପାତ୍ରରେ ବଟର ବା ଲହୁଣୀରେ ପାଉଡର ଚିନି ଓ କନ୍‌ଡେନ୍‌ସଡ୍‌ ମିଲ୍କ ମିଶାଇ ଘାଣ୍ଟିଦେବେ। ଏବେ ଏଥିରେ ଟିକେ କ୍ଷୀର ମିଶାଇ ଭଲ ଭାବରେ ଘାଣ୍ଟିଦେବେ। ଏବେ ଏହି ମିଶ୍ରଣରେ ମଇଦାକୁ ପକାଇବେ। ଟିକେ ଟିକେ କ୍ଷୀର ପକାଇ ମିଶ୍ରଣକୁ ମିଶାଇବେ। ମିଶ୍ରଣ ଯେପରି ପତଳା ଓ ଟିକେ ପାଣିଆ ହୋଇଥିବ। ଏବେ ଏଥିରେ ସମସ୍ତ ଡ୍ରାଇଫ୍ରୁଟ୍ସ ପକାଇ ମିଶାଇବେ।
ଏବେ ଗ୍ୟାସ୍‌ରେ ପ୍ରେସରକୁକର ରଖିବେ। ପ୍ରେସରକୁକରରେ ଲୁଣ ଢାଳିବେ। ଲୁଣକୁ ପ୍ରେସରକୁକରର ଭିତରେ ଖେଳାଇଦେବେ।
ଲୁଣ ପକାଇବା ଫଳରେ ଏହା ପ୍ରେସରକୁକରରେ ତାପମାତ୍ରାକୁ ନିୟନ୍ତ୍ରଣ ରଖିଥାଏ। ଏବେ କେକ୍‌ କରିବା ପାଇଁ ଯେଉଁ ପାତ୍ର ବ୍ୟବହାର ହୁଏ, ସେଥିରେ ଘିଅ ବା ବଟରକୁ ଲଗାଇ ଦିଅନ୍ତୁ। ଏବେ ସେହି ପାତ୍ରରେ ମଇଦା ପକାଇ ଏପଟସେପଟ କରିଦେବେ, ଯେମିତି ମଇଦା ଉକ୍ତ ପାତ୍ରର ଚାରିଆଡ଼େ ଲାଗିଯିବ।
ପୂର୍ବରୁ ପ୍ରସ୍ତୁତ କରିଥିବା ମଇଦାକୁ ସେହି କେକ୍‌ କରିବା ପାତ୍ରରେ ଢାଳିଦେବେ। ଏବେ ସେହି ପାତ୍ରକୁ ପ୍ରେସରକୁକରର ଲୁଣ ଉପରେ ରଖିଦେବେ। ଏବେ ପ୍ରେସରକୁକରର ଢାଙ୍କୁଣିରୁ ସିଟି କାଢ଼ିଦେଇ ଢାଙ୍କୁଣିକୁ ଘୋଡ଼ାଇଦିଅନ୍ତୁ। ଏହି ସମୟରେ ଗ୍ୟାସ୍‌ର ଜାଳ କମ୍‌ କରନ୍ତୁ। କେକ୍‌ ହେବାକୁ ୪୦ରୁ ୫୦ ମିନିଟ୍‌ ଲାଗିବ। କିନ୍ତୁ ୪୦ ମିନିଟ୍‌ରେ କୁକର ଖୋଲିକି ଦେଖିବେ କେକ୍‌ ବାଦାମୀ ହୋଇଛି କି ନାହିଁ। ଯଦି ବାଦାମୀ ହୋଇ ନଥିବ, ତେବେ କେକ୍‌କୁ ଆଉ ଟିକେ ବସାଇବା। ବାଦାମୀ ହୋଇଗଲେ କେକ୍‌କୁ ପ୍ରେସରକୁକରରୁ କାଢ଼ିଦେବେ। ଏବେ ପ୍ରସ୍ତୁତ ହୋଇଗଲା ଭେଜ୍‌ କେକ୍‌।