ଭୁବନେଶ୍ୱର : ଆସନ୍ତା ଜୁନ୧ ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚ । ଏଥିପାଇଁ ଆଜି ଶରୁଛି ପ୍ରଚାର । ତେବେ ଭୋଟର ମାନଙ୍କୁ ମନାଇବାକୁ ଆଜି ସବୁ ରାଜନୈତିକ ଦଳ , ପ୍ରାର୍ଥୀ ଓ ହେଭିୱେଟମାନେ ଜୋରଦାର କ୍ୟାମ୍ପେନ କରୁଛନ୍ତି । ଆଜି ପ୍ରଚାରର ଶେଷ ତାରିଖ ହୋଇଥିବା ବେଳେ ୬ ଲୋକସଭା କ୍ଷେତ୍ରରେ ଚଳିତଥର ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ବହୁ ହେଭିୱେଟ ପ୍ରାର୍ଥୀ ଯୋରଦାରରେ ପ୍ରଚାର କରୁଛନ୍ତି ।
ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରେ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ଭୋଟ ହେବାକୁଯାଉଛି । ତେବେ ନିର୍ବାଚନ ହେବାକୁଥିବା ୬ଟି ଲୋକସଭା ଆସନ ହେଉଛି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଥିବା ବେଳେ ୪୨ଟି ବିଧାନସଭା ଆସନ ହେଉଛି ଯଶୀପୁର , ସାରସକଣା, ରାଇରଙ୍ଗପୁର , ବାଙ୍ଗିରିପୋଷି, ଉଦଳା, ବଡ଼ସାହି, ହିବାରିପଦା, ମୋରଡ଼ା, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା , ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର , ଧାମନଗର, ଚାନ୍ଦବାଲି, ବିଂଝାରପୁର , ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର , କୋରେଇ, ସୁକିନ୍ଦା, ନିଆଳୀ, ସାଲେପୁର , ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା ଏରସମା, ଜଗତସିଂହପୁର , କାକଟପୁର, ନିମାପଡ଼ା।