ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି କାନାଡ଼ା: ଗୁଇନ୍ଦା ରିପୋର୍ଟ

0

ନୂଆଦିଲ୍ଲୀ: କାନାଡା ସରକାର ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । କାନାଡାରେ ଥିବା ଶିଖ ଯୁବକମାନଙ୍କ ମଧ୍ୟରେ ଖଲିସ୍ତାନୀ ନେତାଙ୍କ ଚିନ୍ତାଧାରା ଓ ଆଦର୍ଶକୁ ପ୍ରଚାରିତ କରାଯାଉଛି । ଖଲିସ୍ତାନୀ ଉଗ୍ରବାଦୀମାନେ କାନାଡା ଭିତରେ ଏକ ବଡ଼ ଆତଙ୍କବାଦୀ ସଂଗଠନ କରିଛନ୍ତି ଏବଂ ସେଠାରୁ ଭାରତ ବିରୋଧୀ କାର୍ୟ୍ୟ ଜାରି ରଖିଛନ୍ତି । ଏହା ସତ୍ତ୍ବେ କାନାଡା ସରକାର ସେମାନଙ୍କୁ ପ୍ରେତ୍ସାହନ ଦେଉଛନ୍ତି । କନାଡାରେ ଥିବା ଅନେକ ଅପରାଧୀଙ୍କ ପ୍ରତ୍ୟାର୍ପଣ ପାଇଁ ନୂଆଦିଲ୍ଲୀ ଅନୁରୋଧ ପତ୍ର ପଠାଉଥିଲେ ବି ସେଗୁଡ଼ିକର ଉତ୍ତର ମିଳୁନାହିଁ ।

ରିପୋର୍ଟ ଅନୁସାରେ, କାନାଡା ସରକାର ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବାକୁ ଚାହୁଁନାହାନ୍ତି ଏବଂ ସେମାନଙ୍କୁ ସବୁ ପ୍ରକାରର ପ୍ରେତ୍ସାହନ ଦେଉଛନ୍ତି । କାନାଡାର ବିଭିନ୍ନ ରାଜନୈତିକ ଦଳମାନେ ଶିଖମାନଙ୍କୁ ଭୋଟବ୍ୟାଙ୍କ ଭାବେ ଦେଖୁଥିବାରୁ ଖଲିସ୍ଥାନୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି । ଖଲିସ୍ତାନୀମାନେ କାନାଡାରେ ରହି ଭାରତ ବିରୋଧୀ କାର୍ୟ୍ୟରେ ଲିପ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଭାରତ ସରକାର ବାରମ୍ବାର ଦାବି କରିଆସୁଛନ୍ତି । କିନ୍ତୁ କାନାଡା ସରକାର ସେଥିପତି କର୍ଣ୍ଣପାତ କରୁନାହାନ୍ତି।