ରକ୍ତ କର୍କଟ ରୋଗର ଲକ୍ଷଣ

0

(ଶୁଭସ୍ମିତା ଦାଶ) : ରକ୍ତ କର୍କଟରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରଥମେ ଏହାର ଆଭାଷ ହୋଇନଥାଏ । ଯେଉଁଥିପାଇଁ ଏହି ରୋଗ ଗମ୍ଭୀରର ରୁପ ନେଇଯାଏ । ତେଣୁ ପ୍ରତ୍ୟେକଙ୍କୁ ଏହାର ପ୍ରାଥମିକ ସଂକେତର ଆଭାଷ ହେବା ନିହାତି ଆବଶ୍ୟକ । ଯେଉଁଥିପାଇଁ ସମୟ ପୁର୍ବରୁ ହିଁ ଏହାର ଠିକ୍ ରୁପେ ଚିକିତ୍ସା ହୋଇପାରିବ । ତେବେ ଆସନ୍ତୁ ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ସଂକେତ ବିଷୟରେ ଜାଣିବା ।

୧ . ଏନିମିୟା କିମ୍ବା ଜ୍ୱର : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ୟ୍ୟାୟରେ ଆପଣଙ୍କୁ ଏନିମିୟା ଭଳି ସଂକେତ ଦେଖାଯାଏ । ସବୁବେଳେ ଥକ୍କାପଣ,ଅଳ୍ପ ଜ୍ୱର ଏବଂ ଦୂର୍ବଳ ଲାଗିବା ମଧ୍ୟ ଏହାର ଏକ ସଂକେତ ।
୨ . ଗଳାରେ ଦରଜ ହେବା : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ୟ୍ୟାୟରେ ଗଳା କିମ୍ବା କାଖ ତଳେ ହାଲୁକା ଦରଜ ଲାଗିଥାଏ । ଏହାଛଡା ଆପଣଙ୍କ ପାଦ ବିନ୍ଧିବା କିମ୍ବା ଛାତିରେ ଜ୍ୱଳନ ହେଲେ ତୁରନ୍ତ ଡେରି ନକରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ । ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ।
୩ . ବ୍ଲିଡିଙ୍ଗ୍ ହେବା : ଯଦି ଆପଣଙ୍କ ମୁହଁ,ନାକ କିମ୍ବା ଶୌଚ ସମୟରେ ରକ୍ତ ବ୍ଲିଡିଙ୍ଗ୍ ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଖାନାକୁ ଯାଇ ବ୍ଲଡ୍ କ୍ୟାନ୍ସରର ଚିକିତ୍ସା କରାଇନିଅନ୍ତୁ ।
୪ . ନ୍ୟୁମୋନିଆ ହେବା : ନ୍ୟୁମୋନିଆ ହେବା,ମୁହଁରେ ଘା’ ହୋଇଯିବା,ମୁଣ୍ଡବ୍ୟଥା,ଚର୍ମରେ ରାସେସ୍ ହେବା,ହାଲୁକା ଜ୍ୱର ହେବା ଏବଂ ଗଳାରେ ଇନଫେକସନ୍ ହେଲେ ତୁରନ୍ତ ରକ୍ତପରୀକ୍ଷା କରାନ୍ତୁ