ରୋଟାରୀ କ୍ଳବ ଅନୁକୂଲ୍ୟରେ କ୍ୟାନସର ସଚେତନତା ଶିବିର

0

(ଦୀପକ ମିଶ୍ର / ଉଦଳା ) : ଉଦଳା ରୋଟାରୀ କ୍ଳବ ଆନୁକୂଲ୍ୟରେ ଆଜି ଉଦଳା କଲେଜ ପରିସରରେ ଏକ କ୍ୟାନ୍ସର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କ୍ଳବ ର ସଭାପତି ସୁବାସ ପଣ୍ଡା ଙ୍କ ପ୍ରବର୍ତ୍ତନାରେ ଆରମ୍ଭ ହୋଇଥିଲା । ଏହି ଶିବିରରେ ପଣ୍ଡା କ୍ୟାନସର ହସ୍ପିଟାଲର ଡାକ୍ତର ପ୍ରଶାନ୍ତ କୁମାର ପରିଡା ଯୋଗ ଦେଇ କ୍ୟାନସର ର ଲକ୍ଷଣ ଏବଂ କ୍ୟାନସର ରୁ କେମିତି ଆମେ ଦୁରେଇ ରହିବା ସେ ବିଷୟରେ ସଚେତନତା ବାର୍ତା ଦେଇଥିଲେ । ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି ସଚେତନତା ଶିବିରରେ ସଚେତନତାର ବାର୍ତ୍ତା ନେଇଥିଲେ ।