ଚାନ୍ଦିପୁଟ ଧର୍ମାଞ୍ଚଳରେ ଆଶ୍ଚର୍ଯ୍ୟ ପଦକ ମାତା ମାରୀୟାଙ୍କ କ୍ୟାଣ୍ଡେଲ ଡେ ପାଳିତ        

0

ଗଜପତି : ଗଜପତି ଜିଲ୍ଲା ଚାନ୍ଦିପୁଟ ସେଣ୍ଟ ମେରୀ କ୍ୟାଥଲିକ ଦେବାଳୟରେ ଧର୍ମାଞ୍ଚଳର ଆଶ୍ଚର୍ଯ୍ୟ ପଦକ ମାତା ମାରୀୟାଙ୍କ କେଣ୍ଡେଲ ପର୍ବ ବହୁଆଡମ୍ବରରେ ପାଳିତ ହୋଇଯାଇଛି l ଏହି ମହାଦିବ୍ୟଯଜ୍ଞରେ ବିଭିନ୍ନ ଧର୍ମାଞ୍ଚଳରୁ ଆସିଥିବା ଯାଜକ ଗଣ, ସେବାଭଗ୍ନୀ ଗଣ ଓ ଖ୍ରୀଷ୍ଟବିଶ୍ୱାସୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିଥିଲେ l

ଚାନ୍ଦିପୁଟ ଗ୍ରାମର ଯୁବକ ଓ ଯୁବତୀ ମାନେ ଏହି ମହାଦିବ୍ୟଯଜ୍ଞରେ ଭକ୍ତିଭରା ପ୍ରଭୁ ଯୀଶୁଙ୍କ ସଂଗୀତ ଗାନ କରିବା ସହ ନୃତ୍ୟ ପରିବେଷଣ କରିଥିଲେ l

ସନ୍ଧ୍ୟାରେ ଆଶ୍ଚର୍ଯ୍ୟ ପଦକ ମାତା ମାରୀୟାଙ୍କ ପ୍ରତିମୂର୍ତ୍ତି ଧରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରିବା ସହ ମାଳା ପ୍ରାର୍ଥନା ଓ ଦିବ୍ୟ ପ୍ରସାଦ ଆରୋଧନା କରାଯାଇଥିଲା l ଏହି ସବୁ କାର୍ଯ୍ୟକ୍ରମକୁ ବିଭିନ୍ନ ମଣ୍ଡଳୀରୁ ଆସିଥିବା ବେହେରା, ଅଧିକାରୀ, ପ୍ରଚାରକ, ଗ୍ରୁପ ବେହେରା ଆଲଫାନସ, ସେକ୍ରେଟେରୀ ରାଜ କୁମାର ପାଇକ ଓ ଚାନ୍ଦିପୁଟ ଆସା ଭବନର ସେବାଭଗ୍ନୀ ଦୀପ୍ତି, ଗ୍ରାମର ବରିଷ୍ଠ ଲୋକମାନେ ସହଯୋଗ କରିଥିଲେ l

ଏବଂ ରାତ୍ରୀରେ ଯୁବ ଗୋଷ୍ଠୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା   l