ଲୋକସେବା ଫାଉଣ୍ଡେସନ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅମର ଆତ୍ମାର ପାଇଁ କ୍ୟାଣ୍ତେଲ ଶୋଭାଯାତ୍ରା

0

କଟକ /ଜ୍ୟୋସ୍ନା ରାଣୀ ସିଂହ : ଦିବଙ୍ଗତ ନେତା ତଥା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ । ଲୋକସେବା ଫାଉଣ୍ଡେସନ ପକ୍ଷରୁ ଆଜି ସାଲେପୁର ଠାରେ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାଶ ଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ କ୍ୟାଣ୍ତେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସମାଜସେବୀ ହିମାଂଶୁ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ସାଲେପୁର ମା’ ସାହେଶ୍ବରୀ ମନ୍ଦିରରୁ ଏକ କ୍ୟାଣ୍ତେଲ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବିଜୁ ପଟ୍ଟନାୟକ ଛକ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଶୋଭାଯାତ୍ରାରେ ଟାଙ୍ଗୀ ସାଲେପୁର ବ୍ଲକର ଶତାଧିକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।