(ଜଗନ୍ନାଥ ମହାନ୍ତିି / କଟକ) ; ପୁଣି ଦାମୀ କାର ସହ ଗଞ୍ଜେଇ ଜବତ ହେଲା । ତା ପୁଣି ଏକ କ୍ୟୁଣ୍ଟାଲ ୫ କେଜି ଗଞ୍ଜେଇ ଏବଂ ଏକ କାର ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ। ଗୋପାଳପୁର ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଗଞେଇ ଜବତ ସମୟରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜଙ୍କିଆ ର ଦୁର୍ୟ୍ୟୋଧନ ସାମନ୍ତରାୟ ଓ ନୟାଗଡ଼ ର କୃଷ୍ନା ଦାସ ଏବଂ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଏହି ଗଞେଇ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ହେବ। କନ୍ଧମାଳ ରୁ କୋଲକତା ଚାଲାଣ ହେଉଥିଲା ଏହି ଗଞ୍ଜେଇ । ବିଗତ ଦୁଇ ମାସ ଭିତରେ ଜବତ ହେଲାଣି ଗଞ୍ଜେଇ ସହ ୧୦ ଟି ଦାମୀ ଗାଡ଼ି।