ଶୋକରେ ବୁଡିଲା କ୍ରିକେଟ ଜଗତ, ହୃଦଘାତରେ ଆଖିବୁଜିଲେ ମିଲିନ୍ଦ ରେଗେ…

0

ଭାରତୀୟ କ୍ରିକେଟ୍ ପାଇଁ ଦୁଃଖଦ ଖବର । ଘରୋଇ କ୍ରିକିଟରେ ମୁମ୍ବାଇ ଦଳର ଅଧିନାୟକ ଥିବା ମିଲିନ୍ଦ ରେଗେଙ୍କର ହୃଦଘାତ ଯୋଗୁଁ ଆଜି ଅର୍ଥାତ ଫେବୃଆରୀ ୧୯, ବୁଧବାର ଦିନ ମୃତ୍ୟୁ ହୋଇଛି। ଗତ ଫେବୃଆରୀ ୧୬ ତାରିଖରେ ସେ ତାଙ୍କର ୭୬ତମ ଜନ୍ମଦିନ ପାଳନ କରିଥିଲେ । ହେଲେ ମାତ୍ର ୩ ଦିନରେ ତାଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ତାଙ୍କ ପରିବାରରେ ଜଣେ ସ୍ତ୍ରୀ ଏବଂ ଦୁଇଟି ପୁଅ ଅଛନ୍ତି । ସେ ଘରୋଇ କ୍ରିକେଟରେ ଏକ ବଡ଼ ନାମ ଥିଲେ। ଏବଂ ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କରଙ୍କ ଘନିଷ୍ଠ ବନ୍ଧୁ ମଧ୍ୟ ଥିଲେ। ଦୁହେଁ ମୁମ୍ବାଇ ପାଇଁ ଏକାଠି ଖେଳିଥିଲେ।


ମିଲିନ୍ଦ ରେଗେଙ୍କ କ୍ରିକେଟ୍ ପ୍ରତି ବହୁତ ଉତ୍ସାହୀ ଥିଲେ। କିନ୍ତୁ ୨୬ ବର୍ଷ ବୟସରେ ତାଙ୍କର ହୃଦଘାତ ହୋଇଥିଲା ଯେଉଁଥିପାଇଁ ତାଙ୍କୁ କ୍ରକେଟ ଛାଡିବାକୁ ପଡିଥିଲା । ତଥାପି, ସେ ତାଙ୍କ କ୍ୟାରିୟରରେ କେବଳ ଘରୋଇ କ୍ରିକେଟରେ ସୀମିତ ରହିଥିଲେ। ଖେଳ ଛାଡିବା ପରେ ମଧ୍ୟ ସେ କ୍ରିକେଟ ସହିତ ଜଡିତ ରହିଥିଲେ ଏବଂ ମୁମ୍ବାଇ କ୍ରିକେଟ ଆସୋସିଏସନର ସେବା ଜାରି ରଖିଥିଲେ। ବର୍ତ୍ତମାନ, ୭୬ ବର୍ଷ ବୟସରେ ମଧ୍ୟ, ସେ ଜଣେ କ୍ରିକେଟ ପରାମର୍ଶଦାତା ଭାବରେ ଆସୋସିଏସନ ସହିତ ଜଡିତ ଥିଲେ।


ମିଲିନ୍ଦ ରେଗେଙ୍କ କ୍ୟାରିଅର ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିଲା। ସେ ୧୯୬୬-୬୭ ରୁ ୧୯୭୭-୭୮ ପର୍ୟ୍ୟନ୍ତ ଘରୋଇ କ୍ରିକେଟ ଖେଳିଥିଲେ। ତଥାପି, ସେ କେବେବି ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିପାରି ନଥିଲେ। ଘରୋଇ କ୍ରିକେଟରେ ସେ ସ୍ପିନ୍ ଅଲରାଉଣ୍ଡର ଭାବରେ ୫୨ଟି ମ୍ୟାଚ୍ ଖେଳିଥିଲେ। ଏହି ଇନିଂସଗୁଡ଼ିକରେ, ମିଲିନ୍ଦ ୨୩.୫୬ ହାରରେ ୧୫୩୨ ରନ୍ କରିଥିଲେ। ବୋଲିଂରେ ସେ ୨୯.୮୩ ହାରରେ ୧୨୬ ୱିକେଟ୍ ନେଇଥିଲେ।