ବରିଷ୍ଠ କମାଣ୍ଡର ଏମ.ଏନ.ସାମନ୍ତଙ୍କ ପରଲୋକ

0

(ରିପୋର୍ଟସ ଟୁଡ଼େ)ମୁମ୍ବାଇ: ବରିଷ୍ଠ କମାଣ୍ଡର କ୍ୟାପଟେନ ଏମ.ଏନ.ସାମନ୍ତଙ୍କ ପରଲୋକ ହୋଇଯାଇଛି । ବୁୂଧବାର ଦିନ କ୍ୟାପଟେନ ଏମ.ଏନ.ସାମନ୍ତ ଜୁହୁସ୍ଥିତ ଭାରତୀୟ ଆରୋଗ୍ୟ ନିଧି ହସ୍ପିଟାଲରେ ଶେଷ ନିଃଶ୍ୱାସ ନେଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, ହୃଦଘାତ ଯୋଗୁଁ ସାମନ୍ତଙ୍କ ପରଲୋକ ହୋଇଯାଇଛି ।
ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମଯ୍ୟାଦାର ସହିତ ଭିଲେ ପାର୍ଲେ ଶ୍ମଶାନରେ କରାଯିବ ।

ବାଲାଂଦେଶ ଯୁଦ୍ଧ (୧୯୭୧) ସମୟରେ ଗୁରୁତ୍ୱ ଭୂମିକା ତୁଲାଇଥିବା ଭାରତୀୟ ପଣ୍ଡୁବୀର । ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ସାମନ୍ତ ବାଂଲାଦେଶ ଜଳସେନାକୁ ସୁରକ୍ଷା ଦେଉଥିଲେ ।
୧୯୭୧ ଯୁଦ୍ଧରେ ଅଦମ୍ୟ ସାହାସ ଏବଂ ଶକ୍ତି ପ୍ରଦର୍ଶନ କରିଥିବା ଯୋଗୁଁ ତାଙ୍କୁ ମହାବୀର ଚକ୍ରରେ ସମ୍ମାନୀତ କରାଯାଇଥିଲା । ତତ୍କାଳୀନ ପୂର୍ବ ପାକିସ୍ତାନର ମୋଙ୍ଗାଲା ଏବଂ ଖୁଲନା ବନ୍ଦରରେ ଆକ୍ରମଣ କରିଥିବା ପୋତର ସେ ଥିଲେ କମାଣ୍ଡର । ସେ ବିପଦପୂର୍ଣ୍ଣ ଅଂଚଳ ଏବଂ ଅଜ୍ଞାତ ରାସ୍ତାରେ ନିଜ ଟିମର ନେତୃତ୍ୱ ନେଇଥିଲେ । ମୋଙ୍ଗଲା ପୋର୍ଟରେ ଶତ୍ରୁଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପାକିସ୍ତାନର ବଡ଼ କ୍ଷତି ହୋଇଥିଲା ।