ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ଡୋଡାର ଆସାର ଅଞ୍ଚଳରେ ସେନା- ଆତଙ୍କବାଦୀ ମୁହାଁମୁହିଁ । ୪୮ ରାଷ୍ଟ୍ରୀୟ ରାଇଫଲର ଜଣେ ଆର୍ମି କ୍ୟାପଟେନ ସହିଦ ହୋଇଥିବା ବେଳେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ସହିଦ କ୍ୟାପଟେ ଦୀପକ ସିଂ ବୋଲି ଜଣାପଡିଛି । ଏହା ସହ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆଜି ସକାଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳିବିନିମୟ । ଦୀର୍ଘ ସମୟ ଧରି ଚାଲିଥିଲା ଏହି ଗୁଳିବିନିମୟ । ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି ଆର୍ମି କ୍ୟାପଟେନ ସହିଦ ।