କାର ଦୁର୍ଘଟଣା ,ଅଳ୍ପକେ ବର୍ତିଲେ ଡାକ୍ତର ଫାର୍ମାସିଷ୍ଟ

0

(ସନ୍ତୋଷ କୁମାର ଲମ୍ବାତା)ରାୟଗଡ଼ା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଈ ପଞ୍ଚାୟତ ର ବେଲକଣା ଗାଁ ନିକଟ ପୋଲ ପାଖରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟି ରାୟଗଡ଼ା ଠାରୁ କଲ୍ୟାଣସିଂହପୁର ଫେରୁଥିବା ବେଳ ଭାରସାମ୍ୟ ହରାଇ କାର ନଂ ଓଡ଼ି୦୨ବିସି ୮୫୪୧ମାରୁତି ବୋଲେନୋ ଟି ଓଲଟି ପଡିଛି । ଫଳରେ ଗାଡି ଚଳାଉଥିବା ଫାର୍ମାସିଷ୍ଟ ଅମିତ କୁମାର ମଲ୍ଲିକ ଆହାତ ହୋଇଥିବା ବେଳ ଡାକ୍ତର ସୌମ୍ୟରଂଜନ ଜେନା ମଧ୍ୟ ଆହାତ ହୋଇଛନ୍ତି । ଖବର ପାଇଁ କିଛି ଲୋକ ପହଞ୍ଚି ଦୁହିଁଙ୍କୁ ଉଧାର କରି ଶିକରପାଈ ଚିକିତ୍ସାକେନ୍ଦ୍ର ଭର୍ତ୍ତି କରିଥିଲେ । ବର୍ତ୍ତମାନ ଦୁହେଁ ଠିକ ଥିବା ଜଣାପଡିଛି ।