ଭଦ୍ରକ: ଦୁର୍ଘଟଣାଗ୍ରସ୍ତ ହୋଇଛି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗାଡି । ଭୁବନେଶ୍ୱରରୁ ଭଦ୍ରକ ଫେରିବା ସମୟରେ ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ବିଧାୟକଙ୍କ ଗାଡିସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସଞ୍ଜୀବଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ତାଙ୍କୁ ଫାଷ୍ଟ ଏଡ ଦିଆଯାଇଥିବା ବେଳେ ସେ ସୁସ୍ଥ ଥିବା ସୂଚନା ମିଳିଛି । ଖବର ପାଇଁ ସ୍ଥାନୀୟ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ହସ୍ପିଟାଲରେ ସଞ୍ଜୀବଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।